କର୍ଣ୍ଣାଟକରେ ସବୁ ମୁସଲମାନଙ୍କୁ ମିଳୁଛି OBC ସଂରକ୍ଷଣ, NCBC ଉଠାଇଲା ପ୍ରଶ୍ନ

Published By : Prameya-News7 Bureau | April 24, 2024 IST

file

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂରକ୍ଷଣ ଏକ ବଡ଼ ପ୍ରସଙ୍ଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଏସସି, ଏସଟି ଏବଂ ଓବିସିର ଅଧିକାରକୁ ମାରି ମୁସଲମାନଙ୍କୁ ଦେବାକୁ ଚାହୁଁଛନ୍ତି । ଏହାରି ଭିତରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ବୟାନ ସାମନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ କର୍ଣ୍ଣାଟକରେ ଶିକ୍ଷା ସଂସ୍ଥାନ ଏବଂ ନିଯୁକ୍ତିରେ ମୁସଲମାନଙ୍କୁ ସଂରକ୍ଷଣ ମିଳୁଛି । ଆୟୋଗ ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ କର୍ଣ୍ଣାଟକରେ ମୁସଲିମର ସମସ୍ତ ଜାତି ଏବଂ ସମୁଦାୟଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷା ସଂସ୍ଥାରେ ଆରକ୍ଷଣ ଦିଆଯାଉଛି । ହଂସରାଜ ଅହିର କହିଛନ୍ତି ଯେ ଆମେ ଏହା ଉପରେ କର୍ଣ୍ଣାଟକ ସରକାରଙ୍କୁ ପ୍ରଶ୍ନ କରିଥିଲୁ ଯେ ସେ କେଉଁ ଆଧାରରେ ଏହି କୋଟା ଦେଉଛନ୍ତି । ଏହା ଉପରେ ଆମକୁ କୌଣସି ସଠିକ୍ ସ୍ପଷ୍ଟୀକରଣ ମିଳି ନାହିଁ ।

ଆୟୋଗର ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିରଙ୍କ ଦ୍ୱାରା ଜାରି ବୟାନରେ କୁହାଯାଇଛି, 'କର୍ଣ୍ଣାଟକ ସରକାରଙ୍କ ନିୟନ୍ତ୍ରଣାଧିନ ନିଯୁକ୍ତି ଏବଂ ଶିକ୍ଷା ସଂସ୍ଥାରେ ଭର୍ତ୍ତି ପାଇଁ ରାଜ୍ୟର ସମସ୍ତ ମୁସଲମାନଙ୍କୁ ଓବିସିର ରାଜ୍ୟ ସୂଚୀରେ ସାମିଲ କରାଯାଇଛି । ଏହାସହ କର୍ଣ୍ଣାଟକ ସରକାରଙ୍କ ପଛୁଆ ବର୍ଗ ବିଭାଗ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଲିଖିତ ରୂପେ କହିଛି ଯେ ମୁସଲିମ୍ ଏବଂ ଇଶାଇ ପରି ସମୁଦାୟ ନା ଜାତି ନା କୌଣସି ଧର୍ମ ଅଟେ । କର୍ଣ୍ଣାଟକରେ ମୁସଲିମଙ୍କ ସଂଖ୍ୟା ୧୨.୯୨ ପ୍ରତିଶତ ରହିଛି ।


ଏହାସହ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ କର୍ଣ୍ଣାଟକରେ ମୁସଲିମଙ୍କୁ ମିଳୁଥିବା ସଂରକ୍ଷଣର ନିୟମାବଳୀ ବିଷୟରେ ମଧ୍ୟ ବିସ୍ତୃତରେ ଅଗବତ କରାଇଛନ୍ତି । ଆୟୋଗ କହିଛି ଯେ କର୍ଣ୍ଣାଟକରେ କ୍ୟାଟେଗୋରୀ ୧ ଅଧିନରେ ୧୭ ମୁସଲିମ୍ ଜାତିଙ୍କୁ ସାମିଲ କରାଯାଇଛି, ଯେଉଁମାନେ ୪ ପ୍ରତିଶତ ଓବିସି କୋଟା ଅଧିନରେ ଆବେଦନ କରିପାରିବେ । ଏହାପରେ ୨ଏରେ ୧୯ ମୁସଲିମ ଜାତି ସାମିଲ ଅଛି ଏବଂ ମୋଟ ୩୯୩ ଜାତି ଏହି ସୂଚୀରେ ଅଛନ୍ତି । ଏହା ଅନୁସାରେ ୧୫ ପ୍ରତିଶତ ଓବିସି କୋଟା ମିଳିଥାଏ । ଏହାପରେ କ୍ୟାଟେଗୋରୀ ୨ବି ଅଧିନରେ ୪ ପ୍ରତିଶତ ସଂରକ୍ଷଣ ମିଳିଥାଏ, ଯେଉଁଥିରେ ମୁସଲିମ ସମୁଦାୟର ସମସ୍ତ ଜାତି ସାମିଲ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.