ଡ୍ରଗ୍ସ ଲିଙ୍କ୍ ମାମଲା : ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କ ବ୍ୟାଙ୍କ ଆକାଉଣ୍ଟ ତନାଘନା କରିବ ଏନସିବି !

Published By : Prameya-News7 Bureau | September 28, 2020 IST

ମୁମ୍ବାଇ ୨୮।୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)କୁ ଏହାର ତଦନ୍ତ ଭାର ହସ୍ଥାନ୍ତର କରାଯାଇଛି । ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିବା ପରେ ବଲିଉଡ୍ ଜଗତର ଅନେକ ସେଲିବ୍ରିଟିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଏନସିବି ଅନେକଙ୍କୁ ଗିରଫ ମଧ୍ୟ କରିସାରିଲାଣି । ଏହି ମାମଲାରେ ନିକଟରେ ଏନସିବି ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଏବଂ ରକୁଲପ୍ରୀତ ସିଂହଙ୍କୁ ମଧ୍ୟ ପଚରାଉଚରା କରିସାରିଛି । ଏବେ ଏନସିବି ଏହି ଅଭିନେତ୍ରୀମାନଙ୍କର ଆର୍ଥିକ କାରବାରର ତନାଘନା ମଧ୍ୟ କରିବ ବୋଲି ଶୁଣିବାକୁ ମିଳୁଛି ।

ଏକ ରିପୋର୍ଟ ଅନୁସାରେ ଏନସିବି ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟର ଯାଞ୍ଚ କରିବ । ସେମାନେ ଡ୍ରଗ୍ସ କ୍ରୟ ଏବଂ କାରବାର ପାଇଁ କୌଣସି ଲେଣଦେଣ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା କରିବ ଏନସିବି । ପୂର୍ବରୁ ମଧ୍ୟ ଏନସିବି ଏହି ଅଭିନେତ୍ରୀମାନଙ୍କର ୩ ବର୍ଷର କ୍ରେଡିଟ୍ କାର୍ଡର ପେମେଣ୍ଟର ଯାଞ୍ଚ କରିସାରିଛି ।

ଏନସିବି ବଲିଉଡରେ ବ୍ୟାପିଥିବା ଡ୍ରଗ୍ସ କାରବାରର ଯାଞ୍ଚ କରିବା ବେଳେ ରିୟା ଚକ୍ରବର୍ତ୍ତୀ, ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ କର୍ମଚାରୀ ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାଓ୍ବନ୍ତ, ଧର୍ମା ପ୍ରଡକ୍ସନର ପୂର୍ବତନ ଆସିଷ୍ଟାଣ୍ଟ ଡାଇରେକ୍ଟର କ୍ଷିତିଜ ପ୍ରସାଦଙ୍କ ସହ ଅନେକ ଡ୍ରଗ୍ସ ବେପାରୀଙ୍କୁ ମଧ୍ୟ ଗିରଫ କରିସାରିଛି । ଏହା ବ୍ୟତୀତ ଏନସିବି ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି, ଜୟା ଶାହା, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କ୍ବାନ୍‌ର ସିଇଓ ଧ୍ରୁବ ଚିଟଗୋପକର ଏବଂ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ଅନେକ ଲୋକଙ୍କୁ ପଚରାଉଚରା ମଧ୍ୟ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.