ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟାଙ୍କ ଘରେ NCBର ରେଡ୍‌, ଡ୍ରଗ୍ସ କାର୍‌ବାର ନେଇ ଖୋଲତାଡ୍ ଜାରି

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪।୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରାଗ୍ସ ଆଙ୍ଗେଲର ଯାଞ୍ଚ ସାମ୍ନାକୁ ଆସିବା ପରଠାରୁ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଡ୍ରାଗ୍ସ ମାମଲାର ଛାନ୍‌ଭିନ୍‌ କରୁଥିବା ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଏକ ଟିମ୍‌ ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀଙ୍କ ଘରେ ରେଡ୍‌ କରୁଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଘର ସାନ୍ତାକ୍ରୁଜ ଅଞ୍ଚଳରେ ଥିବା ପ୍ଲାଟ୍‌ରେ ପହଞ୍ଚି ଛାନ୍‌ଭିନ୍‌ ଜାରି କରିଛି । ଏଠାରେ ସୌଭିକ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ୍‌କୁ ନେଇ ରେଡ୍‌ ଜାରି ରହିଛି ।  NCB ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗିରଫ କରିସାରିଛି ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତ କେସ୍‌ରେ NCBର ଟିମ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି । ଏହାପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସଂମର୍କ ଡ୍ରାଗ୍ସ ମାଫିଆଙ୍କ ସହିତ ରହିଥିବାର ଖୁଲାସା କରିଛି NCB ଟିମ୍‌ । ଏହି ଆଧାରରରେ ଆଜି ସକାଳ ମାନେ ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡାଙ୍କ ଘରେ ଏକା ସମୟରେ ରେଡ୍‌ କରୁଛି ।

wp:html /wp:html

ଦୁଇ ଦିନ ପୂର୍ବରୁ NCB ଟିମ୍‌ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ରହିଥିବା ସାମ୍ୟୁଏଲ୍‌ ମିରାଣ୍ଡାଙ୍କ ସଂପର୍କ ଡ୍ରଗ୍ସ ମାଫିଆଙ୍କ ସହିତ ଥିବା ପ୍ରମାଣ ମିଳିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମିରାଣ୍ଡା ଡ୍ରଗ୍ସକୁ ରିୟା ଓ ଭାଇ ଶୌଭିକଙ୍କ ପାଖକୁ ପଠାଉଥିଲେ । ବାନ୍ଦ୍ରାରୁ ଅବ୍‌ଦୁଲ୍‌ ବାସିତ ପରିହାର ଓ ଅନ୍ଧେରୀରୁ ଜେଦ୍‌ ବିଳାତ୍ରାକୁ ଶୌଭିକ ଓ ମାରାଣ୍ଡଙ୍କ ଠାରୁ ମିଳିଥିବା ଓ୍ୱାଟସପ୍‌ ଚାଟ୍‌ ଆଧାରରେ ଗିରଫ କରାଯାଇଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ NCB ଟିମ୍ ଅନେକକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.