ଡ୍ରଗ୍ସ କାରବାରରେ ଧର୍ମା ପ୍ରଡକସନ ନିର୍ଦେଶକ କ୍ଷୀତିଜ ପ୍ରସାଦଙ୍କୁ ଏନସିବିର ସମନ
24/09/2020 at 1:15 PM

ମୁମ୍ବାଇ ୨୪/୦୯: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ କାରବାରରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଧର୍ମା ପ୍ରଡକସନର ନିର୍ଦେଶକ କ୍ଷୀତିଜ ପ୍ରସାଦଙ୍କୁ ସମନ ପଠାଇଛି। ତାଙ୍କୁ ସେପ୍ଟେମ୍ବର ୨୫ରେ ସକାଳ ୧୧ଟାରେ ପଚରାଉଚରା ପାଇଁ ଡକାଯାଇଛି।
ଏନସିବି ଗିରଫ କରିଥିବା ଜଣେ ଡ୍ରଗ୍ ପେଡଲର କ୍ଷୀତିଜଜଙ୍କ ନାଁ ନେଇଛନ୍ତି। ସେ ବି ଡ୍ରଗ୍ସ ଲିଙ୍କରେ ସାମିଲ ଥିବା ଖୁଲାସା କରିଛନ୍ତି। ଏହା ପୂର୍ବରୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ଦୀପିକା ପାଦୁକୋନ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ସମନ ପଠାଇଛି।
ଏନସିବି ସମନ ପରେ ଆଜି ଦୀପିକା ଗୋଆରୁ ମୁମ୍ବାଇ ଆସିବେ। ଆସନ୍ତାକାଲି ତାଙ୍କୁ ଜେରା କରିବ ଏନସିବି। ଦୀପିକାଙ୍କ ବିରୋଧରେ ଏନସିବିକୁ ତାଙ୍କର ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍ ଥିଲା ୨୦୧୮ ଅକ୍ଟୋବର ୨୮ ତାରିଖର। ଚାଟରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଦ୍ବାରା ଡ୍ରଗ୍ସ ମାଗିଛନ୍ତି।