ନୌସେନା ଏବଂ ଏନସିବିକୁ ବଡ଼ ସଫଳତା, ଇରାନ ନୌକାରୁ ୨୦୦ କେଜି ଡ୍ରଗ୍ସ ଜବତ, ୬ ଗିରଫ

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସହୟତାରେ ଏକ ମିଳିତ ଅଭିଯାନରେ କୋଚି ଉପକୂଳକୁ ଇରାନର ଏକ ନୌକାରୁ ୨୦୦ କେଜି ସନ୍ଦିଗ୍ଧ ହେରୋଇନ ଜବତ କରାଯାଇଛି । ଏନସିବି ଅନୁସାରେ ନୌକାରେ ଥିବା ୬ ଜଣ ସଦସ୍ୟଙ୍କୁ ହେପାଜତକୁ ନିଆଯାଇଛି ।

ଅନ୍ୟପଟେ ମୁମ୍ୱାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୮୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉଚ୍ଚ ମାନର ୧୬ କେଜି ହେରୋଇନ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଡିଆରଆଇ ମୁମ୍ୱାଇ ଅନୁସାରେ ଡ୍ରଗ୍ସ ଚାଲାଣ ପାଇଁ ଟ୍ରଲି ବ୍ୟାଗରେ ଏକ ମିଛ କ୍ୟାବିଟି କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇ ମାମଲାର ଅଧିକ ତଦନ୍ତ କରାଯାଉଛି।

ଡିଆରଆଇ ଅଧିକାରୀଙ୍କ ଅନୁସାରେ, ଡ୍ରଗ୍ସ ଗୁଡିକୁ ଏକ ଟ୍ରଲି ବ୍ୟାଗରେ ଲୁଚାଇ ଚାଲାଣ କରାଯାଉଥିଲା। ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ଏନଡିପିଏସ ମାମଲାରେ ମାମଲା ରୁଜୁ କରାଯାଇଛି । ଗିରଫ ବ୍ୟକ୍ତି କେରଳ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.