ISIର ନୂଆ ଦାଉଦ ହାଜି ଅଲ୍ଲୀ; ଅପରେସନ ସମୁଦ୍ରଗୁପ୍ତ ଦ୍ବାରା ୪୦ ହଜାର କୋଟି ଟଙ୍କାର ଡ୍ରଗ୍‌ସ ଜବତ

Published By : Prameya-News7 Bureau | May 14, 2023 IST

ନୂଆଦିଲ୍ଲୀ: ଅପରେସନ ସମୁଦ୍ରଗୁପ୍ତ । ଜଳପଥରେ ବେଆଇନ ଡ୍ରାଗ୍‌ସ କାରବାର ଉପରେ ବଡ଼ ପ୍ରହାର । ନାର୍କୋଟିସ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନବିସି ଭିନ୍ନ ଭିନ୍ନ ଏଜେନ୍ସି ସହିତ ମିଶି ଗୋଟିଏ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ଡ୍ରଗ୍‌ସ ଜବତ୍ କରିଛି । ଏହି ବେଆଇନ ଡ୍ରଗ୍‌ସ କାରବାର ପାକିସ୍ତାନରୁ ଅପରେଟିଂ ହେଉଥିବା ଜଣାପଡ଼ିଛି । ଡ୍ରାଗ୍‌ସ ସପ୍ଲାୟର ହାଜି ସଲିମ୍ ଉପରେ ଗୁଇନ୍ଦା ଏଜେନ୍ସି ଏନଆଇଏ, ଆଈବି, ର’ ଏନସିବି କିଛି ଦିନ ହେଲା ନଜର ରଖିଥିଲା ।

ଜଳପଥ ବା ସମୁଦ୍ର ଜରିଆରେ ଏହି ବେଆଇନ ଡ୍ରଗସ କାରବାର ହେଉଥିଲା । ଡ୍ରଗସ ତସ୍କରୀରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏବଂ ଆଣ୍ଡର ଓ୍ବାର୍ଲଡ ଲିଙ୍କ ଥିବା ସାମ୍ନାକୁ ଆସିଛି । ସମୁଦ୍ର ରାସ୍ତାରେ ଭାରତକୁ ପଠାଯାଉଥିବା ଡ୍ରାଗ୍‌ସରୁ ଆଇଏସଆଇ ଓ ଅଣ୍ଡର ଓ୍ବାର୍ଲଡ ଡନଙ୍କୁ ଫଣ୍ଡି ମିଳୁଥିଲା । ଅପରେସନ ସମୁଦ୍ରଗୁପ୍ତ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ମୁଖା ଖୋଲି ଦେଇଛି । ଜଳପଥ ଛଡ଼ା ସ୍ଥଳପଥରେ ମଧ୍ୟ ଡ୍ରାଗ୍‌ସ ଭାରତକୁ ଆସୁଥିଲା ।

ଆଇଏସଆଇର ନୂଆ ଦାଉଦ ଆଜି ଅଲ୍ଲୀ ଏବେ ଭାରତୀୟ ଗୁଇନ୍ଦା ଏଜେନ୍ସିର ତୀକ୍ଷ ନଜରରେ ରହିଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସ ଭାରତକୁ ଡ୍ରାଗ୍‌ସ ପଠାଇ ଆରବ ଆରବ ଟଙ୍କା ରୋଜଗାର କରୁଛି । ହେଲେ ଅପରେସନ ସମୁଦ୍ରଗୁପ୍ତ ପାକିସ୍ତାନର ଏହି ବେଆଇନ କାରବାର ଉପରେ ବଡ଼ ପ୍ରହାର କରିଛି ।

ଏନସିବିର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରେସନ ସମୁଦ୍ରଗୁପ୍ତ ୨୦୨୨ରୁ ଆରମ୍ଭ ହୋଇଛି । ଏଥିରେ ଭାରତୀୟ ନୌସେନା, କୋ।ଷ୍ଟାଲ ଗାର୍ଡ ସହାୟତାରେ କୋଟି କୋଟି ଟଙ୍କାର ଡ୍ରାଗ୍‌ସ ରେଡ କରାଯାଉଛି । ଇଣ୍ଡିଆ ନାଭାଲ ୨୦୨୨ ଫେବ୍ରୁଆରୀ ମାସରେ ପ୍ରଥମ ଅପରେସନ କରିଥିଲା । ପ୍ରଥମ ଥର ପାଇଁ ଏନସିବି ଟିମ୍ ନାଭାଲ ସହିତ ସମୁଦ୍ର ଭିତରକୁ ଯାଇ ୭ଶହ କିଲୋ ଡ୍ରଗସ ଜବତ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.