Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ସୁଶାନ୍ତ ସିଂହ ମାମଲାରେ ଯୋଡିହେଲା ନାର୍କୋଟିକ୍ସ ବିଭାଗ : NCB ନିର୍ଦେଶକଙ୍କ ଖୁଲାସା, ସୁଶାନ୍ତ-ରିୟାଙ୍କ ଡ୍ରଗ୍ସ ସପ୍ଲାଏର ମିଳିଛି ପ୍ରମାଣ

26/08/2020 at 4:53 PM

ମୁମ୍ବାଇ ୨୬/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତରେ ନିଶା ନିବାରଣ ବ୍ୟୁରୋ (Narcotics Control Bureau, NCB) ମଧ୍ୟ ସଂଯୋଜିତ ହୋଇଛି | ଏନସିବି ନିର୍ଦେଶକ ରାକେଶ ଆସ୍ଥାନା ଏହି ମାମଲାରେ ଇଡି ତଦନ୍ତରେ ସାମ୍ନାକୁ ଆସିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଫଣ୍ଡିଙ୍ଗର ଖୁଲାସା କରିଛନ୍ତି | ରାକେଶ ଆସ୍ଥାନା ସ୍ପଷ୍ଟ କରିଛନ୍ତି ଯେ ଇଡିକୁ ଏ ସମ୍ବନ୍ଧରେ ପ୍ରମାଣ ମିଳିଛି |ଯେ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା | 

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରାକେଶ ଆସ୍ଥାନା କହିଛନ୍ତି, ମଙ୍ଗଳବାର ଦିନ ତାଙ୍କୁ ଇଡି ତରଫରୁ ଏକ ଚିଠି ମିଳିଥିଲା ଯେଉଁଥିରେ କୁହାଯାଇଛି ଯେ ଯାଞ୍ଚରେ ଆର୍ଥିକ ଆଧାରରୁ ପ୍ରମାଣ ମିଳିଛି ଯେ ସୁଶାନ୍ତ ଓ ରିୟାଙ୍କୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା | ସିବିଆଇ ଯାଞ୍ଚରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏନସିବି ମଧ୍ୟ ଯାଞ୍ଚରେ ଯୋଡି ହୋଇଯାଇଛି |

ଇଡି ସୂତ୍ରରୁ ପ୍ରକାଶ ପାଇଛି ଯେ ରିୟାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ପଚରାଉଚରା ବେଳେ ଜଣାପଡିଥିଲା ଯେ ସେମାନଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା | ତେବେ ୩ ଯାଞ୍ଚ ଏଜେନ୍ସି ଏଯାଏଁ ଖୁଲାସା କରିନାହାନ୍ତି ଯେ ଏହି ମାମଲାରେ ଜଡିତ ଥିବା କୌଣସି ବ୍ୟକ୍ତି ଡ୍ରଗ୍ସ ନେଇଥିଲା ନା ନାହିଁ |

ରିୟା ଚକ୍ରବର୍ତ୍ତୀଙ୍କ What’s up ଚାଟର ସ୍କ୍ରିନସଟ୍ ସାମ୍ନାକୁ ଆସିଛି | ଏଥିରେ ଡ୍ରଗ୍ସ କଥାବାର୍ତ୍ତା ସାମ୍ନାକୁ ଆସିଛି | ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ଚାଟରେ ରିୟା ଅନେକ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ | ପ୍ରଥମ ଚାଟ ରିୟା ଓ ଗୌରବ ଆର୍ୟାଙ୍କ ମଧ୍ୟରେ ଥିଲା | ଗୌରବ ଜଣେ ଡ୍ରଗ୍ସ ଡିଲର ବୋଲି ଜଣାପଡିଛି | ଚାଟରେ ରିୟା ଗୌରବଙ୍କୁ ପଚାରିଥିଲେ ଯେ ତାଙ୍କ ପାଖରେ MD ଅଛି କି ? MD ଅର୍ଥାତ ଡ୍ରଗ୍ସ MDMA ଯାହାକୁ ବହୁତ ଷ୍ଟ୍ରଙ୍ଗ ଡ୍ରଗ୍ସ ବୋଲି କୁହାଯାଏ |

ତୃତୀୟ ଚାଟ ରିୟା ଓ ଜୟାଙ୍କ ମଧ୍ୟରେ କଥାବାର୍ତ୍ତାର ଥିଲା | ଏହା ୨୦୧୯ ମସିହା ନଭେମ୍ବର ୨୫ ତାରିଖର ଥିଲା | ଜୟା ରିୟାଙ୍କୁ କହିଥିଲେ ଯେ ସେ ଶୃତିକୁ ଅର୍ଡିନେଟ୍ କରିବାକୁ କହିଛନ୍ତି | ଜବାବରେ ରିୟା କହିଥିଲେ, ଧନ୍ୟବାଦ, ନୋ ପ୍ରୋବ୍ଲେମ |

ଚତୁର୍ଥ ଚାଟରେ ରିୟାଙ୍କୁ ଜୟା କହିଛନ୍ତି, ଚା’ କଫି କିମ୍ବା ପାଣିରେ ୪ ବୁନ୍ଦା ପକାଇ ତାକୁ ପାଣି ପିଇବାକୁ ଦେବ | ୩୦-୪୦ ମିନିଟରେ ପ୍ରଭାବ ଦେଖାଯିବ | ଇତି ମଧ୍ୟରେ ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି ଯେ, ରିୟା ନିଜ ଜୀବନରେ କେବେ ଡ୍ରଗ୍ସ ନେଇନାହାନ୍ତି | ସେ ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି |

   Related Posts