ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

Published By : Prameya-News7 Bureau | December 05, 2023 IST

କଟକ ୦୫/୧୨: କଟକର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅର୍ଥାତ୍‌ ଆଇନ ଆଖିରେ ଏବେ ସୌରିନ୍‌ ଜଣେ ଫେରାର୍‌ ଅଭିଯୁକ୍ତ । ଅନ୍ୟପଟେ ଅଭିଯୁକ୍ତ ସୌରିନ୍‌ ଆଗୁଆ ଜାମିନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

ହାଇକୋର୍ଟରେ ହୋଇଥିବା ତାଙ୍କର ଜାମିନ୍‌ ନାମଞ୍ଜୁର ଓ ଏବେ ଏନ୍‌ବିଡବ୍ଲୁ ବାହାରିବା ପରେ ସୌରିନ୍‌ଙ୍କୁ ସର୍ବୋଚ୍ଚ ଅଦାଲତରେ ଆଶ୍ୱସ୍ତି ମିଳିବ ନାହିଁ ଏବଂ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମହିଳା ଥାନା ପୁଲିସ ଆଶା ରଖିଛି । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି । ସେପ୍ଟେମ୍ବର ୧୧ରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ ଜାରି କରିଛି ।

you can also read...

wp:embed {"url":"https://www.prameyanews7.com/police-appeal-nbw-for-sourin-bhatt-at-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-appeal-nbw-for-sourin-bhatt-at-court/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.