ଜିରୋ ନାଇଟ୍ ସେଲିବ୍ରେସନ୍ରେ ଖଣ୍ଡା ଧରି ଉତ୍ପାତ; ଜଣଙ୍କୁ ଗିରଫ କଲା ପୋଲିସ
2/01/2023 at 7:53 PM

Image Courtesy : file
ଭୁବନେଶ୍ୱର ୦୨/୦୧: ରାଜଧାନୀରେ ଖଣ୍ଡା ବୁଲାଇ ଭୟବିତ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ। ଡିସେମ୍ୱର ୩୧ ରାତିରେ ନୁଆପଲ୍ଲୀ ଥାନା ଅନ୍ତର୍ଗତ ଏକ ବସ୍ତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିଥିଲା। ଏଥିରେ ସାମିଲ କିଛି ଯୁବକ ରାତିରେ ଖଣ୍ଡା ଧରି ଏକ ଟ୍ରକ କାଚକୁ ଭାଙ୍ଗିବା ସହ ରାସ୍ତା ଉପରେ ଦାଦାଗିରି ଦେଖାଇଥିଲେ।
ଏହି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତର ପରିଚୟ ରେଣ୍ଡ। ଅନ୍ୟ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ୫ ନମ୍ୱର ଜୋନ୍ର ଏସିପି କହିଛନ୍ତି। ଅଭିଯୁକ୍ତମାନେ ନୂଆବର୍ଷ ପାଳନ କରୁଥିବା ଏକ କ୍ଲବ ଘରକୁ ପୋଲିସ ସିଲ୍ କରିଛି। ରେଣ୍ଡ ନିକଟରୁ ଏକ ଖଣ୍ଡା ଜବତ କରାଯାଇଛି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023