ନୟାପଲ୍ଲୀରୁ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସର ଚଢ଼ାଉ; ପୋଲିସ ହାତରେ ସିସିଟିଭି ଫୁଟେଜ

Published By : Prameya-News7 Bureau | June 10, 2019 IST

ଭୁବନେଶ୍ୱର ୧୦/୬ : ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜ ଅଂଚଳରୁ ବ୍ୟବସାୟୀ ଶିବ ପ୍ରସାଦ ଦାସଙ୍କୁ ଅପହରଣ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । କମିଶନରେଟ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ ସୁରାଗ । ଅପହରଣକାରୀ ଶିବ ପ୍ରସାଦଙ୍କୁ ଅପହରଣ କରି ନେଉଥିବାବେଳର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପହରଣକାରୀଙ୍କୁ ଖୋଜୁଛି ।

{"id":121625}

ଅପହରଣରେ ୬ଜଣ ଅପରାଧୀ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଖୁବ ଶୀଘ୍ର ଅପହରଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।

{"id":121626}

ଶୁକ୍ରବାର ରାତିରେ ଶିବ ପ୍ରସାଦ ଦାସ ନିଜ ଗାଡିରେ ଶୋଇଥିବାବେଳେ ଗାଡି ସହ ଶିବ ପ୍ରସାଦଙ୍କୁ ଅପହରଣ କରିନେଉଥିଲେ ୬ଜଣ ଦୁର୍ବୁତ୍ତ । ବାଣୀବିହାର ଫ୍ଲାଏ ଓଭର ଉପରେ ଆରଟିଓ ଚେକିଂ ଚାଲୁଥିବା ଦେଖି ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ହୋଇଥିଲା । ଫଳରେ ଉଭୟ ଦୁର୍ବୁତ୍ତଙ୍କ କାର ଓ ଶିବ ପ୍ରସାଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ଦୁର୍ବୁତ୍ତମାନେ ସେଠାରୁ ଖସି ଯାଇଥିଲେ । କାର ଭିତରୁ ଶିବ ପ୍ରସାଦଙ୍କୁ ଉଦ୍ଧାର କରିବା ପରେ ତାଙ୍କର ବୟାନ ଆଧାରରେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଭିତରୁ ଶିବ ପ୍ରସାଦଙ୍କୁ ଉଦ୍ଧାର କରିବା ସହ ପୋଲିସ ୨ଟି ପିସ୍ତଲ ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.