ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାହାଘରର ୪ ମାସ ପରେ ସରୋଗେସୀରେ ହେଲା ନୟନତାରାଙ୍କ ଜାଆଁଳା ପିଲା: ଅଭିଯୋଗ ପରେ ଏବେ ଯାଞ୍ଚ କରିବେ ସରକାର

10/10/2022 at 9:08 PM

ଚେନ୍ନାଇ: ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର। ନୟନତାରାଙ୍କର ଜାଆଁଳା ପିଲା କେମିତି ହେଲା ଏବେ ଯାଞ୍ଚ କରିବେ ତାମିଲନାଡୁ ସରକାର। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନଙ୍କ ଉପରେ ସରୋଗେସୀ ନିୟମର ଉଚିତ ପାଳନ ନେଇ ପ୍ରଶ୍ନ ଉଠିଛି। ସେଲିବ୍ରେଟି ଦମ୍ପତି ନିୟମର ପାଳନ କରିଛନ୍ତି କି ନାହିଁ ଏବେ ଯାଞ୍ଚ କରିବେ ସରକାର। ଏନେଇ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ ମାମଲାର ଯାଞ୍ଚ ଚାଲିଛି। ଦମ୍ପତି ସରୋଗେସୀ ନିୟମର ଠିକ ପାଳନ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଏ ବିଷୟରେ ପଚରାଉଚରା କରିବେ ବୋଲି ସୂଚନା ମିଳିଛି।

ଗତ ରବିବାର ବିଘ୍ନେଶ ଶିବନ ବାପା ହେବାର ଖୁସିକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ତାଙ୍କର ଦୁଇଟି ଜାଆଁଳା ପିଲା ହୋଇଛି ବୋଲି ଲେଖିବା ସହ ବାପାମା ଦୁଇ ଶିଶୁର ପାଦକୁ ଚୁମା ଦେଉଥିବା ଫଟୋରେ ଦେଖିବାକୁ ମିଳିଥିଲା।

ସୂଚନା ଥାଉକି ୨୦୨୨ ଜୁନ ୯ ତାରିଖରେ ନୟନତାରା ଓ ବିଘ୍ନେଶ ଶିବନଙ୍କର ଚେନ୍ନାଇରେ ବିବାହ ହୋଇଥିଲା। ଏହି ବାହାଘରରେ ଶାହାରୁଖ ଖାନ, ବିଜୟ ସେତୁପତି ଓ ଏ ଆର୍‌ ରେହେମାନଙ୍କ ସମେତ ବହୁ ବଡ଼ ବଡ଼ ଷ୍ଟାର ପହଞ୍ଚିଥିଲେ।

   Related Posts