ମୁମ୍ଵାଇ୦୨।୦୩: ସାଉଥର ଲେଡି ସୁପରଷ୍ଟାର ନୟନତାରା । ନିଜ ଅଭିନୟରେ ଫ୍ୟାନ୍ସଙ୍କୁ କରନ୍ତି ମତୁଆଲା । ସେ ଦୀର୍ଘ ବର୍ଷ ଧରି ସାଉଥ ଉଣ୍ତଷ୍ଟ୍ରିରେ କାମ କରି ଆସୁଛନ୍ତି । ନୟନତାରା ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଫିଲ୍ମରେ ଅଭିନୟ କରିବା ବ୍ୟତୀତ ନୟନତାରା ଜଣେ ସଫଳ ବ୍ୟବସାୟୀ ମଧ୍ୟ। ହେଲେ ବର୍ତ୍ତମାନ ତାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି। କୁହାଯାଉଛି କି ତାଙ୍କ ବୈବାହିକ ଜୀବନ ଠିକ୍ଠାକ ନାହିଁ । ଏହା ନିଜେ ନୟନତାରାଙ୍କ ପୋଷ୍ଟରୁ ଅନ୍ଦାଜ୍ ଲଗାଯାଉଛି।

ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି କି ତାଙ୍କ ଆଖିରେ ଲୁହ ଥାଇ ମଧ୍ୟ ସେ ସବୁବେଳେ କହିବେ 'ମୁଁ ଏହା ପାଇ ଯାଇଛି'। ଅଭିନେତ୍ରୀ ଏହି କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି।
wp:html/wp:html
ସ୍ଵାମୀଙ୍କୁ କଲେ ଅନଫଲୋ
କେବଳ ଏତିକି ନୁହେଁ, ନୟନତାରା ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କୁ 'ଅନଫଲୋ’ କରିଛନ୍ତି। ପ୍ରଶଂସକମାନେ ସେମାନଙ୍କ ଅଲଗା ହେବା ଖବର ପାଇଁ ବହୁତ ଚିନ୍ତିତ ଅଛନ୍ତି । ସେମାନେ ଭାବୁଛନ୍ତି କି ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନାହିଁ। କହିବାକୁ ଗଲେ ଉଭୟଙ୍କୁ ଦକ୍ଷିଣର ଲୋକପ୍ରିୟ ଦମ୍ପତି ଭାବରେ ବିବେଚନା କରାଯାଏ ।
wp:html/wp:html
କହିବାକୁ ଗଲେ ଯେ ଦୁହିଁଙ୍କର ବିବାହ ୨୦୨୨ରେ ଧୁମ୍ଧାମରେ ହୋଇଥିଲା । ଉଭୟେ ପ୍ରଥମେ ୨୦୧୫ରେ 'ନାନୁମ୍ ରାଉଡି'ର ସେଟ୍ରେ ଦେଖା ହୋଇଥିଲେ । ଫିଲ୍ମର ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। କହିବାକୁ ଗଲେ ବିଗ୍ନେଶ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହର ଚାରିମାସ ପରେ ସରୋଗେସି ସାହାଯ୍ୟରେ ଏହି ଦମ୍ପତି ସେମାନଙ୍କ ଯାଆଁଳା ଶିଶୁଙ୍କୁ ସ୍ୱାଗତ କରିଥିଲେ ।
wp:embed {"url":"https://www.prameyanews7.com/raashii-khanna-reveals-feeling-like-newcomer/","type":"wp-embed","providerNameSlug":"prameya-news-7"}