ସରୋଗେସି ମାମଲାରେ ନୟନଥରା-ବିଗ୍ନେଶଙ୍କୁ କ୍ଲିନ୍‌ଚିଟ୍‌, ହସ୍ପିଟାଲ୍‌ ଉପରେ ଅଭିଯୋଗ ଆଣିଲେ ସରକାର

Published By : Prameya-News7 Bureau | October 27, 2022 IST

ମୁମ୍ଵାଇ ୨୭।୧୦: ସାଉଥର ସୁନ୍ଦରୀ ଅଭିନେତ୍ରୀ ନୟନଥରା ଏବଂ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ବିବାହର ଚାରିମାସରେ ଯମଜ ସନ୍ତାନର ପିତାମାତା ହୋଇଛନ୍ତି। କୁହାଗଲା କି ଦୁହେଁ ସରୋଗେସିର ନିୟମ ଭାଙ୍ଗିଛନ୍ତି। ଏହି ଖବର ଆସିବା ପରେ ହଙ୍ଗାମା ସୃଷ୍ଟି ହୋଇଗଲା। ଯେତେବେଳେ ଏହାର ବିରୋଧ ବଢିବାରେ ଲାଗିଲା, ତାମିଲନାଡୁ ସରକାର ତିନିଜଣ ସଦସ୍ୟଙ୍କ ଏକ ପ୍ୟାନେଲ ଗଠନ କରି ଏହାର ଅନୁସନ୍ଧାନ କଲେ। ବର୍ତ୍ତମାନ ପ୍ରକାଶ ପାଇଥିବା ରିପୋର୍ଟରେ ରାଜ୍ୟ ସରକାର ଟିମ୍‌ଦାବି କରିଛନ୍ତି ଯେ ଉଭୟ କୌଣସି ନିୟମ ଭାଙ୍ଗି ନାହାଁନ୍ତି।

କେବଳ ଏତିକି ନୁହେଁ, ରିପୋର୍ଟରେ ସରୋଗେସି ଯୋଗାଉଥିବା ଡାକ୍ତରଖାନାକୁ ରାଜ୍ୟ ସରକାରୀ ଟିମ୍‌ ଦାୟୀ କରିଛନ୍ତି। ପ୍ୟାନେଲ କହିଛି ଯେ ଷ୍ଟାର ଦମ୍ପତି କୌଣସି ନିୟମ ଭାଙ୍ଗି ନାହାଁନ୍ତି କି କୌଣସି ଭୁଲ ଜିନିଷକୁ ସମର୍ଥନ କରିନାହାଁନ୍ତି। ସରୋଗେସି କରିଥିବା ଡାକ୍ତରଖାନାର ନିୟମର ଉଲ୍ଲଂଘନ ହୋଇଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସେ ଭାରତ ବାହାରେ ଥିବାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ନୟନଥରା-ବିଗ୍ନେଶଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇପାରିନାହାଁନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ ସରୋଗେଟ୍ ମାଆ ନଭେମ୍ବର ୨୦୨୧ରେ ନୟନଥରା-ବିଗ୍ନେଶଙ୍କ ସହ ଏକ ଏଗ୍ରିମେଣ୍ଟ କରିଥିଲ। ଏହି ବର୍ଷ ମାର୍ଚ୍ଚରେ ଗର୍ଭସ୍ଥ ଶିଶୁଙ୍କୁ ରଖାଯାଇଥିଲା। ଏହିପରି ପିଲାମାନେ ଅକ୍ଟୋବରରେ ଜନ୍ମ ହୋଇଥାନ୍ତେ। କହିବାକୁ ଗଲେ ସୁରୋଗେସି ରେଗୁଲେସନ ଆକ୍ଟ ୨୦୨୧ ଅନୁଯାୟୀ ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ କରାଯାଇଥିଲା। ଅର୍ଥାତ୍ ଯେତେବେଳେ ନୟନଥରା ଏବଂ ବିଗ୍ନେଶ ଏହି ପ୍ରକ୍ରିୟା ଆରମ୍ଭ କଲେ, ଏହା ଭାରତରେ ସମ୍ପୂର୍ଣ୍ଣ ଆଇନଗତ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.