ନୂଆଦିଲ୍ଲୀ, ୨୭/୯: ଜୱାନ ଫେମ୍ ନୟନତାରା । ସିନେମା ରିଲିଜ ଦିନଠୁ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ ଜଣଙ୍କ । ଏବେ କିନ୍ତୁ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶଙ୍କ ଯମଜ ସନ୍ତାନଙ୍କୁ ଏଭିତରେ ଏକ ବର୍ଷ ପୁରିଛି । ତେଣୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଖୁସି କହିଲେ ନସରେ । ଏହି ବିଶେଷ ଅବସରରେ ସେମାନେ ଦୁଇ ପିଲାଙ୍କ ଫେସ ମଧ୍ୟ ରିଭିଲ୍ କରିଛନ୍ତି ।
{"align":"center","id":849807,"sizeSlug":"full","linkDestination":"none"}ଦୁଇ ପିଲାଙ୍କ ଜନ୍ମଦିନ ଅବସରରେ ବିଘ୍ନେଶ ନିଜ ସୋସିଆଲ ମିଡିଆ ହେଣ୍ଡେଲରେ ପରିବାରର କିଛି ଖୁସିର ମୁହୂର୍ତ୍ତର ଫଟୋ ପୋଷ୍ଟ କରିଥିଲେ । ଏଥିରେ ଯାଆଁଳା ପିଲା ଦୁଇଟି ମଷ୍ଟାଡ୍ କଲରର ମେଚିଙ୍ଗ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି ।
{"align":"center","id":849810,"sizeSlug":"full","linkDestination":"none"}ସେହିପରି ବାପା ମାଆ ବି ଗ୍ରୀନ କଲର ଡ୍ରେସରେ ଟ୍ୱିନ୍ କରିବା ସହ ପିଲା ମାନଙ୍କୁ କାନ୍ଧରେ ବସେଇଛନ୍ତି । ଏହି ଫଟୋ ଗୁଡ଼ିକ ପୋଷ୍ଟ କରିବା ସହ ନୟନତାରା ଓ ବିଘ୍ନେଶ ଏକ ସୁନ୍ଦର ନୋଟ୍ ମଧ୍ୟ ସେୟାର କରିଛନ୍ତି ।
{"align":"center","id":849808,"sizeSlug":"full","linkDestination":"none"}ନୋଟରେ ଦୁଇ ପୁଅଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଢେର ସାରା ଭଲ ପାଇବା ଓ ଆଶୀର୍ବାଦ ଦେଇଛନ୍ତି । ଏହା ସହ ଦୁଇ ପିଲାଙ୍କ ପାଇଁ ସମସ୍ତ ସଫଳତା ଓ ଦୀର୍ଘ ଜୀବନ କାମନା କରିଛନ୍ତି ।
{"align":"center","id":849809,"sizeSlug":"full","linkDestination":"none"}ସେମାନେ ତାଙ୍କ ଜୀବନକୁ ଆସିବା ଦିନଠୁ ପ୍ରତ୍ୟେକ ଦିନ ଏକ ଉତ୍ସବ ପରି ଅନୁଭବ ହେଉଥିବା ପ୍ରକାଶ କରିଛନ୍ତି ଏହି ସେଲିବ୍ରିଟି କପୁଲ । ଜୁନ୍ ୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ନୟନତାରା ଓ ବିଘ୍ନେଶ । ବିବାହର ମାତ୍ର ୩ମାସ ପରେ ହିଁ ସରୋଗେସି ଦ୍ୱାରା ଦୁଇ ଜାଆଁଳା ସନ୍ତାନଙ୍କ ମାଆ ବାପା ହୋଇଥିଲେ ।