ସ୍ତ୍ରୀ ପାଇଁ ଶାଶୂକୁ ମାରିଥିଲା, ହତ୍ୟାକାରୀ ଜ୍ବାଇଁକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | June 11, 2024 IST


ନୟାଗଡ ୧୧/୬: ମହିଳାଙ୍କୁ ବେକ କାଟି ବୀଭତ୍ସ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ଆଉ କେହି ନୁହେଁ ମହିଳାଙ୍କ ଜ୍ବାଇଁ ।ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି ନୟାଗଡ ଏସ୍‌ପି ରାହୁଲ ଜୈନ । ରଣପୁର ଥାନା କୋଟଣିଶିଳା ଗାଁରେ ନମିତା ରାଣୀ ବେହୁରାଙ୍କୁ ବେକ କାଟି ହତ୍ୟା ଘଟଣାରେ ଜ୍ବାଇଁ ଶରତ ସ୍ବାଇଁକୁ ବାନ୍ଧିଛି ପୋଲିସ । ମୃତ ନମିତାଙ୍କ ସ୍ବାମୀ ଶରତ ବେହୁରା ନୂଆପଡାରେ ସିଆରପିଏଫରେ ଚାକିରି କରନ୍ତି । ନମିତାଙ୍କ ୨ଝିଅ ଶାଶୁ ଘରେ ଥିବାବେଳେ ପୁଅ ବାହାରେ ରୁହନ୍ତି । ଏକୁଟିଆର ସୁଯୋଗ ନେଇ ସାନ ଜ୍ବାଇଁ ନମିତାଙ୍କୁ ହତ୍ୟା କରିଥିଲା । ଆଉ ପୋଲିସ ଆଖିରୁ ବଞ୍ଚିବା ପାଇଁ ପ୍ରଥମେ ଶ୍ବଶୁରଙ୍କୁ ଖବର ଦେଇଥିଲା । 

ସାଇଣ୍ଟିଫିକ ଟିମ୍‌ ସହାୟତାରେ ଛାନଭିନ ଚଳାଇଥିବା ପୋଲିସର ସନ୍ଦେହ ଶରତ ଉପରକୁ ଆସିଥିଲା । ଆଉ ପଚରାଉଚରା ବେଳେ ଶାଶୁଙ୍କୁ ହତ୍ୟା କରିଥିବା ନେଇ ସତ ମାନିଥିଲା ଶରତ । ଗତ କିଛି ଦିନ ହେବ ଶରତ ସ୍ତ୍ରୀ ସଂପର୍କରେ କିଛି ଖୋଜଖବର ପାଉନଥିଲା। ଏଥିରେ ଶାଶୂଙ୍କ ସଂପୃକ୍ତି ସନ୍ଦେହ କରି ଶରତ ଏପରି କାଣ୍ଡ କରିଥିବା ସ୍ବୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ ହୋଇଛି । ଗିରଫ ଶରତକୁ କୋର୍ଟ ଚାଲାଣ କରାଯାଇଛି । 


You Can Read:

ଶିକାର କରିବାକୁ ଯାଇ ତୀର ମାଡ ଖାଇଲେ ଯୁବକ, ମେଡିକାଲରେ ଭର୍ତ୍ତି 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.