ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗାଁରେ କଙ୍ଗାରୁ କୋର୍ଟ, ମାଡ ଗାଳି ଦେଇ ବେଘର କଲେ କିନ୍ତୁ ଶୁଣୁନି ପୋଲିସ, ଭୟରେ ଅସହାୟ ଚନ୍ଦ୍ରଶେଖରଙ୍କ ପରିବାର

10/03/2020 at 2:43 PM

ନୟାଗଡ, ୧୦|୦୩:  ଗଁ। ନିଷ୍ପତ୍ତି ନମାନିବାରୁ ନିଜ ଘର ତିଆରି କରିନପାରି ଭଡା ଘରେ ରହୁଛନ୍ତି  ଗୋଟିଏ ପରିବାର। ନ୍ୟାୟ ପାଇଁ ପୋଲିସ ପାଖକୁ ଯାଇଥିଲେ ମଧ୍ୟ ନ୍ୟାୟ ପାଇବା ବଦଳରେ ପାଇଛନ୍ତି ମାଡ ଓ ଗାଳି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ରତ୍ନପୁର ସାହିରେ । 

ଘରକାମ କରୁଥିବା ସମୟରେ ଜେସିବି ଲଗାଇ ଜିନିଷ ଉଠାଇନଲେ କିଛି ଗ୍ରାମବାସୀ । ବିରୋଧ କରିବାରୁ ଶୁଣିଲେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଏବଂ ମାରିଦେବାର ଧମକ । ଘର ତିଆରି କରିବାକୁ ହେଲେ ପ୍ରଥମେ  ଦେବାକୁ ପଡିବ ଜୋରିମାନା। ଗଁ। ଲୋକଙ୍କ ଏହା ଥିଲା ନିର୍ଦ୍ଦେଶ । ଏଭଳି ଏକ କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ରାଜସୁନାଖଳା ରତ୍ନପୁରସାହିର ଚନ୍ଦ୍ରଶେଖର ସାଥୁଆଙ୍କ ପରିବାର । ଗତ ମେ ମାସରେ ବାପା ଜେଜେ ବାପା ଅମଳର ଘରକୁ ଭାଙ୍ଗି ସେ ନୂତନ ଘର ତିଆରି କରୁଥିବା ସମୟରେ ଗଁ।ର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଶିକାର ହୋଇଥିଲେ । ସେ ସରକାରୀ ଜାଗା ମାଡି ବସିଥିବା କିଛି ଲୋକ ଅଭିଯୋଗ କରି ତାଙ୍କ ଠାରୁ ଜୋରିମାନା ଦାବି କରିଥିଲେ । କିନ୍ତୁ ସେ ଏଥିରେ ରାଜି ନହେବାରୁ ଘର ତିଆରି ପାଇଁ ରଖାଯାଇଥିବା ଜିନିଷ ସବୁକୁ ଜେସିବି ଲଗାଇ ଉଠାଇନଲେ । ଏପରିକି ଘର ତିଆରି କଲେ ତାଙ୍କୁ ମାରିଦେବାକୁ ଧମକ ଦିଆଗଲା ।

ସେହି ଦିନଠାରୁ ସେ ଏକ ଭଡା ଘରେ ରହିଆସୁଛନ୍ତି । ଏପରିକି ତାଙ୍କ ପରିବାର ସାଥିରେ ନମିଶିବା ପାଇଁ ଗଁ। ଲୋକଙ୍କୁ ତାଗିଦ କରାଯାଇଛି । ଏହା ପରେ ନ୍ୟାୟ ପାଇଁ ଚନ୍ଦ୍ରଶେଖର ରାଜସୁନାଖଳା ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ । ହଲେ ନ୍ୟାୟ ମିଳିବା ବଦଳରେ ଫାଣ୍ଡି ପୋଲିସ ବାବୁ ଜାଗା ଉପରକୁ ଯାଇ କାମ କରୁଥିବା ଶ୍ରମିକମାନଙ୍କୁ ଠେଲାପେଲା କରିବା ସହ ଥାନା ଧମକ ଦେଇଥିଲେ । ଏ ହେଉଛି ସେହି ସମୟର ଭିଡିଓ । ଗ୍ୟାରେଜ କାମ କରି ବୁଢି ମା, ସ୍ତ୍ରୀ ଏବଂ ଭିନ୍ନକ୍ଷମ ପୁଅକୁ ନେଇ ଦୁଃଖକଷ୍ଟରେ ଚଳୁଥିବା ଚନ୍ଦ୍ରଶେଖର ନ୍ୟାୟ ପାଇଁ ଏସ୍.ପି. ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମାନବାଧିକାର କମିଶନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କୈ।ଣସି ସୁଫଳ ମିଳୁନାହିଁ । ଶେଷରେ ଏବେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।  

ଏପରିକି ଗତ ୭ତାରିଖରେ ରଣପୁରଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ନିଜେ ଏସ୍.ପି. ଅଭିଯୋଗ ଶୁଣାଣି କରିଥିଲେ ମଧ୍ୟ  ଚନ୍ଦ୍ରଶେଖରଙ୍କ ପରିବାର କେବେବି ଥାନାର ଦ୍ୱାରସ୍ଥ ହୋଇନଥିବା ଭାରପ୍ରାପ୍ତ ଏସ୍.ପି. କହିଛନ୍ତି । ଘଟଣା ଘଟିବାର ୯ମାସ ବିତି ଯାଇଥିବାବଳେ ଏବେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସେପଟେ ଗଁ। ନିଷ୍ପତିର ଶିକାର ହୋଇ ଭୟରେ କେହି ଗଁ। ଛାଡିଲେ ତାକୁ କଙ୍ଗାରୁ କୋର୍ଟ କୁହାଯିବନାହିଁ ବୋଲି ସେ ସଫେଇ ଦେଇଛନ୍ତି ।

   Related Posts