ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାତୀ ଫେରିଲାନି, ହୋଇଗଲା ଶବ… ନିଖୋଜର ୫ ଦିନ ପରେ ବାଡିପଟ ପୋଖରୀରେ ଭାସୁଥିବା ମୃତଦେହକୁ ଦେଖିଲେ ଲୋକେ

15/12/2020 at 1:38 PM

ନୟାଗଡ ୧୫।୧୨: ସ୍ବାତୀ ଆଉ ମା’ କୋଳକୁ ଫେରିଲାନାହିଁ । ମିଳିଲା ମୃତଦେହ । ନୟାଗଡ ରଣପୁର ଅନ୍ତର୍ଗତ ବଧିପାଟଣାର ନିଖୋଜ ଶିଶୁ ସ୍ବାତୀର ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୫ ଦିନ ପରେ ୩ ବର୍ଷ ଶିଶୁ କନ୍ୟା ସ୍ବାତୀର ମୃତଦେହ ଏକ ପୋଖରୀରେ ଭାସୁଥିବା ବେଳେ ଦେଖି ପୋଲିସକୁ ଖବର ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ବଧିପାଟଣା ଅଞ୍ଚଳର ସ୍ବାତୀ ଗତ ୧୧ ତାରିଖ ଦିନ ନିଖୋଜ ହୋଇଯାଇଥିଲା । ୫ ଦିନ ପରେ ମଙ୍ଗଳବାର ଘର ବାଡିପଟ ପୋଖରୀରୁ ସ୍ବାତୀର ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ନୟାଗଡ ରଣପୁର ଥାନା ବଧିପାଟଣା ଗାଁର ୩ ବର୍ଷର ଶିଶୁ ୧୧ ତାରିଖରୁ ନିଖୋଜ ହୋଇଥିଲା । ଗଁ।ର ସଞ୍ଜୟ ସାହୁଙ୍କ ଦୁଇଟି ଯାଆଁଳା ଝିଅ ମଧ୍ୟରୁ ସ୍ବାତୀ ହେଉଛି ସାନ । ଦିନ ୨ଟା ସମୟରେ ସ୍ବାତୀ ତାର ଅନ୍ୟ ଭାଇ-ଭଉଣୀଙ୍କ ସହ ଘର ବାଡିପଟେ ଖେଳୁଥିବା ତାର ବଡବାପା ଦେଖିଥିଲେ । ପରେ ସ୍ବାତୀ ଦାଣ୍ଡପଟକୁ ଚାଲିଆସିଥିଲା । ତେବେ କିଛି ସମୟ ପରେ ବଡବାପା ସ୍ବାତୀକୁ ଖୋଜିବା ବେଳକୁ ସେ ମିଳିନଥିଲା ।

ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ସନ୍ଧ୍ୟାରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ରଣପୁର ପୋଲିସ ରାତିରେ ଗଁ।କୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ଦମକଳ କର୍ମଚାରୀଙ୍କୁ ଡାକି ଗାଁର ବିଭିନ୍ନ ପୋଖରୀ ଏବଂ କୂଅରେ ଖୋଜାଖୋଜି କରାଯାଇଥିଲେ ବି ଶିଶୁର କୌଣସି ପତ୍ତା ମିଳିନଥିଲା । ତେବେ ମଙ୍ଗଳବାର ଘର ପଛପଟ ପୋଖରୀରେ ତାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହର ଗୋଟିଏ ଆଖି ନଥିବା ମଧ୍ୟ ସୂଚନା ମିଳୁଛି । ତେବେ ସ୍ବାତୀର ଆଖି ତାଡି ନେଇ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ନୟାଗଡର ଆଉ ଏକ ଶିଶୁ ପରୀର ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ ହୋଇଥିବା ବେଳେ ପୁଣି ଜଣେ ଶିଶୁ ନିଖୋଜ ହେବା ପରେ ତାର ମୃତଦେହ ମିଳିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସେପଟେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ ଦୁଇ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ (ପିହୁ) । ତେବେ ନିଖୋଜ ହେବାର ୫ ମାସ ହେଲାଣି ହେଲେ ନିଖୋଜ ପିହୁର ପୋଲିସ ଟେର ପାଉନି । ତେବେ ଏମିତି ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେବା ପରେ ସେମାନଙ୍କ ମୃତଦେହ ମିଳୁଥିବାରୁ ପ୍ରଶ୍ନ ଉଠୁଛି ୫ ମାସ ହେଲାନି ଏ ଯାଏଁ ପୋଲିସ କରୁଛି କ’ଣ ।

   Related Posts