ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚହଳ ପକାଇଛି ‘ଝୁଲ୍‌ରେ ନିତାଇ ଝୁଲ୍‌’: ନାରଦ ଭୂମିକା ‘ପପୁ’, ଜିଣୁଛନ୍ତି ଦର୍ଶନଙ୍କ ମନ

28/06/2022 at 2:26 PM

ନୟାଗଡ଼ ୨୮।୦୬ : ଫେସବୁକ୍‌ ଠାରୁ ଇନଷ୍ଟାଗ୍ରାମ୍‌ ପର୍ଯ୍ୟନ୍ତ ଯେଉଁଠି ପେଜ୍‌ ଖୋଲିବେ ତାଙ୍କୁ ହିଁ ଦେଖିବେ ଆଉ ତାଙ୍କ ସୁଲଳିତ କଣ୍ଠରୁ ଶୁଣିବାକୁ ପାଇବେ ଏମିତି ଏକ ଗୀତ ଯାହା ଏବେ ସୋସିଆଲ ମିଡିଆର ସେନସେସନ୍‌ ପାଲଟିଯାଇଛି । ସେଇ ଗୀତଟି ହେଉଛି ‘ଝୁଲ୍‌ରେ ନିତାଇ ଝୁଲ୍‌’ । ମାତ୍ର ୧୫ରୁ ୨୦ ଦିନ ଭିତରେ ଏହି ଗୀତଟିକୁ ୧ ମିଲିୟନ ଦର୍ଶକ ଦେଖିସାରିଲେଣି । ଆଉ ହଜାର ହଜାର ଲୋକ ଏହାକୁ ସେୟାର କରିସାରିଲେଣି ।

ଏହି ଗୀତଟିକୁ ମଞ୍ଚ ଉପରେ ସିଏ ଗାଇବା ସହ ନିଖୁଣ ଅଭିନୟ କରୁଛନ୍ତି ସେ ହେଲେ ପପୁ ବିଶ୍ୱାଳ(୨୨) । ଘର ନୟାଗଡ଼ ବ୍ଲକ ଭାଟସାହି ଗ୍ରାମରେ । ବର୍ତ୍ତମାନ ସେ ଲଡ଼ୁବାବା ପାର୍ଟି( ଲଡ଼ୁବାବା କଳା ସଂସଦ) ଶରଣକୁଳରେ ୫ ବର୍ଷରୁ ଅଧିକ ଦିନ ହେବ ଯୋଗ ଦେଲେଣି । ପ୍ରାୟତଃ ତାଙ୍କୁ ନାରଦ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥାନ୍ତି । ପପୁ କୁହନ୍ତି ଯେ ମାଟ୍ରିକ ପରୀକ୍ଷା ସରିବା ପରେ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । କାରଣ ତାଙ୍କ ପରିବାରର ୩ପୁରୁଷ ଧରି କଳାରେ ଅଭିନୟ କରୁଆସୁଛନ୍ତି ।

ଫଳରେ ସେ କଳାକୁ ଆଦରି ନେଇଥିଲେ । ତେବେ ମାଟ୍ରିକ୍‌ ପାଠ ଶେଷ କରିବା ପରେ ଅର୍ଥ ଅଭାବରୁ ଆଉ ପାଠପଢି ପାରି ନଥିଲେ । ପରିବାରକୁ ପଇସା ଦରକାର ଥିବାରୁ ଏଥିରେ ପାଦ ଥାପିଲେ । ଦୀର୍ଘ ୧୦ ବର୍ଷ ହେଲା ସେ ବିଭିନ୍ନ ପାଟିରେ ଅଭିନୟ କରି ଆସୁଛନ୍ତି । ମାସକୁ ତାଙ୍କୁ ପ୍ରାୟ ୧୦ ହଜାର ଟଙ୍କା ମିଳୁଛିବୋଲି ପପୁ କହିଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଅନେକ ରାମଲୀଳା ପାର୍ଟିରେ ନାଟକ ପରିବେଷଣ କରୁଥିବା ବେଳେ ପପୁ ସେଥିରେ ଯୋଗଦେଇ ନିଜ କଳାର ପରିପ୍ରକାଶ କରାଇଥିଲେ । ସେ ଉଭୟ ଅଭିନୟ ଓ ଗୀତ ଗାଇବା ସହିତ ଏପରି ଆକର୍ଷଣୀୟ ନୃତ୍ୟ ପରିବେଷଣ କରନ୍ତି ଯାହା ଦର୍ଶକଙ୍କୁ ବିମୋହିତ କରିଥାଏ । ତାଙ୍କର ଏକ ଲୋକପ୍ରିୟ ଗୀତ ହେଉଛି ‘ହେ ରଘୁରାଣ ଘେନ ବଚନ’ । ଯାହା ସେଇ ରାମଲୀଳା ନାଟକର କିୟଦଂଶ ।

ଅନେକ ସମୟରେ ଅବିରତ ଭାବେ ଅଭିନୟ କରି ସେ ଅସୁସ୍ଥ ହୋଇପଡ଼ିବା କଥା ମଧ୍ୟ କହିଛନ୍ତି । ତଥାପି ସେ ଅଭିନୟକୁ ନିଜ ଜୀବନର ମୂଳ ଲକ୍ଷ୍ୟ ଭାବେ ବାଛିନେଇଛନ୍ତି । ସୋସିଆଲ ମିଡିଆରେ ଏବେ ଖାଲି ପପୁଙ୍କ ରାଜ୍‌ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

   Related Posts