ପୋଖରୀରେ ଭାସୁଛି ପୂର୍ବତନ ନାଏବ ସରପଞ୍ଚଙ୍କ ମୃତଦେହ, ଘରୁ ଥିଲେ ନିଖୋଜ

Published By : Prameya-News7 Bureau | June 07, 2023 IST

ପାଟଣା ୦୭।୦୬ :  ପୂର୍ବତନ ମହିଳା ନାଏବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ପୋଖରୀରେ ଭାସୁଥିଲା ନିଖୋଜ ପୂର୍ବତନ ମହିଳା ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ମୃତଦେହ । କେନ୍ଦୁଝର ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି ।

wp:embed {"url":"https://www.prameyanews7.com/boar-tragedy-in-mathili-malkangiri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/boar-tragedy-in-mathili-malkangiri/
/wp:embed

ଖବର ଅନୁଯାୟୀ,  ଖିରେଇଟାଙ୍ଗୀରୀ ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ ଦୁଇ ଦିନ ହେବ ନିଖୋଜ ଥିଲେ । ଲକ୍ଷ୍ମୀପ୍ରିୟା ଓ ସ୍ଵାମୀ ଗିରିଧାରୀ ମହାନ୍ତଙ୍କ ମଧ୍ୟରେ ବିଭିନ୍ନ ସମୟ ସମୟରେ କଳହ, ଝଗଡ଼ା ଲାଗି ରହୁଥିଲା । ୨ ଦିନ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଲକ୍ଷ୍ମୀପ୍ରିୟା ଘରୁ କେଉଁଆଡ଼େ ଚାଲି ଯାଇଥିଲେ ।

wp:embed {"url":"https://www.prameyanews7.com/12-hours-talcher-bandh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/12-hours-talcher-bandh/
/wp:embed

ତେବେ ବହୁ ଖୋଜାଖୋଜି ପରେ ଗତକାଲି ରାତିରେ ପୋଲିସ ଓ ଦମକଳ ବାହିନୀ ଗାଁ ପୋଖରୀରୁ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/nysa-devgn-spending-time-with-rumoured-boyfriend-vedant-mahajan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nysa-devgn-spending-time-with-rumoured-boyfriend-vedant-mahajan/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.