ଦାନ୍ତେୱାଡାରେ ପୁଣି ମାଓ ହିଂସା ; ବସ୍ ଜାଳିଦେଲେ ମାଓବାଦୀ
16/01/2019 at 11:55 AM

ମାଲକାନଗିରି ୧୬|୧: ସୁରକ୍ଷାକର୍ମୀ ଏବଂ ପୋଲିସର ବାରମ୍ବାର କମ୍ବିଂ ଫଳରେ ହିଂସାକାଣ୍ଡ ଘଟାଇବାରେ ଲାଗିଛନ୍ତି ମାଓବାଦୀ । ସାଧାରଣ ଜନତାଙ୍କୁ ହିଂସାର ଶୀକାର ହେବାକୁ ପଡୁଛି । ଛତିଶଗଡ ଦାନ୍ତେୱାଡାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।

ସୂଚନା ଅନୁସାରେ ଗିଦାମ ଥାନା ଅନ୍ତର୍ଗତ କାସୋଲି ଜଙ୍ଗଲ ରାସ୍ତାରେ ବସ୍ ପୋଡିଦେଇଛନ୍ତି ମାଓବାଦୀ । ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ବସ୍ରେ ଡିଜେଲ ଢାଳି ନିଆଁ ଲଗାଇଥିଲେ ମାଓବାଦୀ । ବିଏସ୍ଏଫ୍ କ୍ୟାମ୍ପଠାରୁ ମାତ୍ର ୧ କିମି ଦୂରରେ ଘଟିଛି ଘଟଣା । ଛିନ୍ଦନାରରୁ କାସୋଲି ଯାଉଥିଲା ବସ୍ । ମାଓବାଦୀମାନେ ଏଭଳି ବାରମ୍ବାର ହିଂସାକାଣ୍ଡ ଘଟାଉଥିବାକୁ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Related Posts
ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ
8 February 2023
ବିଜୁଳି ସଂଚୟ କରିବାକୁ ଯାଇ ହଜାର ହଜାର ଲୋକ ହରାଉଛନ୍ତି ପ୍ରାଣ: ରିପୋର୍ଟ
7 February 2023