ଓଡିଶା ଛତିଶଗଡ଼ ସୀମାରେ ମାଓବାଦୀଙ୍କ ଦମନଲୀଳା ; ପ୍ରଜାକୋର୍ଟ ନାଁରେ ଦଣ୍ଡ
30/09/2018 at 1:06 PM

ମାଲକାନଗିରି ୩୦/୯ : ଛତିଶଗଡ଼ ଦାନ୍ତେୱାଡା ଜଙ୍ଗଲରେ ଦେଖିବାକୁ ମିଳିଛି ଲାଲ ବାହିନୀର ବର୍ବରତା | ପ୍ରଜାକୋର୍ଟ ନାଁରେ ନିରୀହ ଆଦିବାସୀଙ୍କୁ ଗଛରେ ବାନ୍ଧି ମାଡ ମାରି ଲହୁଲୁହାଣ କରିଦେଇଛନ୍ତି ମାଓବାଦୀ | ନିଜ ଉପସ୍ଥିତି ଜାହିର କରିବାକୁ ମାଓବାଦୀମାନେ ଚଳାଇଛନ୍ତି ପ୍ରଜାକୋର୍ଟ | ସ୍ଥାନୀୟ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ନିରୀହ ଲୋକମାନଙ୍କୁ ଧମକ ଦେଉଛନ୍ତି | ଅତି ନିର୍ମମ ଭାବେ ମହିଳା ଓ ପୁରୁଷଙ୍କ ମାଡ ମାରୁଛନ୍ତି | କିଛି ଗୁରୁତରଙ୍କ ଡାକ୍ତରଖାନାରେ ମଦ୍ୟ ଭର୍ତ୍ତି କରାଯାଇଛି | ଏହି ଅଗମ୍ୟ ଇଲାକାରେ ପୋଲିସ କିମ୍ବା ପ୍ରଶାସନର ପାଦ ପଡୁନଥିବା ବେଳେ ଅବାଧରେ ନିଜର ସାମ୍ରାଜ୍ୟ ଚଳାଇଛନ୍ତି ମାଓବାଦୀ | ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଅତ୍ୟାଚାର କରିଛନ୍ତି | ଫଳରେ ଭୟରେ କାଳ କାଟୁଛନ୍ତି ନିରୀହ ଆଦିବାସୀ |
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023