ସୀମାନ୍ତରେ ମାଓ ହିଂସା, ଟିଆରଏସ ନେତାଙ୍କୁ ଗୁଳି କରି ହତ୍ୟା କଲେ ଲାଲ୍ ବାହିନୀ

Published By : Prameya-News7 Bureau | October 11, 2020 IST

ମାଲକାନଗିରି,୧୧|୧୦:   ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ମାଓ ହିଂସା । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର  ଲାଲ୍ ବାହିନୀ ।

ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା ଅନ୍ତର୍ଗତ ଅଲୁବକା ଗାଁର ଟି.ଆର.ଏସ ନେତା ଏମ. ଭିମେଶ୍ବର ରାଓ ।ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ଛଅ ଜଣ ସଶସ୍ତ୍ର ନକ୍ସଲ ଭିମେଶ୍ବର ରାଓଙ୍କ ଘରେ ପଶିଥିଲେ । ଏହାପରେ ତାଙ୍କ ଉପରେ ଆଖିବୁଝା ଗୁଳି ଚାଳନା କରିଥିଲେ ।

ନକ୍ସଲମାନେ ଚାଲିଯିବା ପରେ ପରିବାର ଲୋକେ ଭିମେଶ୍ବର ରାଓଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପର ନକ୍ସଲ ମାନେ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ସ୍ଥାନୀୟ  ଟି.ଆର.ଏସ ଓ ବିଜେପି ନେତାଙ୍କୁ ହତ୍ୟା ଧମକ ଦିଆଯାଇଛି । ସୂଚନା ପାଇ ତେଲେଙ୍ଗାନା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.