scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରକ୍ତମୁଖା ଲାଲବାହିନୀ: ନକ୍ସଲ ଗୁଳିରେ ୧୭ ଯବାନ ସହିଦ, ଲୁଟିନେଲେ ସୁରକ୍ଷାକର୍ମୀଙ୍କ ଏକେ-୪୭ ରାଇଫଲ୍

22/03/2020 at 6:45 PM

ସୁକମା, ୨୨|୦୩: ଛଡିଶଗଡ଼ ସୁକମା ଚିନ୍ତାଗୁଫା ଜଙ୍ଗଲରେ ପୋଲିସ-ମାଓବାଦୀ  ଏନକାଉଣ୍ଟର । ନକ୍ସଲଙ୍କ ଗୁଳିରେ ସହିଦ ହୋଇଛନ୍ତି ୧୭ ଯବାନ । ମୃତକଙ୍କ ମଧ୍ୟରେ ୧୨ ଡିଆରଜି ଯବାନ ଓ ୫ ଏସ୍ ଟିଏଫ ଯବାନ ଅଛନ୍ତି । ଗତକାଲି ଅପରାହ୍ଣରେ କୋରଜଗୁଡ଼ା ପାହାଡ଼ ନିକଟରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ସର୍ଚ୍ଚ ଅପରସେନ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା । ଗତକାଲି ୪ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଆଜି ନିଖୋଜ ୧୩ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଯେତେବେଳେ ସାରା ଦେଶ ମହାମାରି କରୋନାକୁ ମାରିବା ପାଇଁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲା, ସେତିକି ବେଳେ ନକ୍ସଲ ଖେଳିଥିଲେ ରକ୍ତର ହୋଲି । ଛଡିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁଫା ଜଙ୍ଗଲରେ ମାଓବାଦୀ ହୋଇଥିଲେ ରକ୍ତମୁଖା ।ଶନିବାର ଅପରାହ୍ଣରେ ଚିନ୍ତାଗୁଫା କୋରଜଗୁଡ଼ା ପାହାଡ଼ ନିକଟରେ ସୁରକ୍ଷାକର୍ମୀଙ୍କର ଏକ ମିଳିତ ଟିମ୍ ସର୍ଚ୍ଚ ଅପରସେନ କରୁଥିଲେ । ଏହି ସମୟରେ ୧୫୦ ଜଣିଆ ସୁରକ୍ଷାକର୍ମୀଙ୍କ ଟିମ୍ ସହ ନକ୍ସଲଙ୍କର ହୋଇଥିଲା ଏନକାଉଣ୍ଟର ।

ପୋଲିସ ସହ ନକ୍ସଲଙ୍କ ଗୁଳିବିନିମୟ ବେଳେ ୪ ଯବାନ ସହିଦ ହେବା ସହ ୧୪ ଜଣ ଆହତ ହୋଇଥିଲେ। ଏହା ସହ ଅନ୍ୟ ୧୩ ଜଣ ଯବାନ ଫେରି ନଥିଲେ । ରାତି ହୋଇଯିବାରୁ ପୋଲିସ ଅପରେସନ ବନ୍ଦ କରିଥିଲା ।

ନିଖୋଜ ଯବାନଙ୍କ ସନ୍ଧାନ ପାଇଁ ଆଜି ଆରମ୍ଭ ହୋଇଥିଲା ତଲାସି ଅଭିଯାନ । ସର୍ଚ୍ଚ ଅପରେସନ ବେଳେ ୧୩ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଅପରେସନରେ ମୋଟ ୧୭ ଯବାନ ସହିଦ ହୋଇଥିବା ଛତିଶଗଡ ଡିଜିପି ସୂଚନା ଦେଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ୧୨ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ଡିଆରଜି ଯବାନ ଏବଂ ୫ ଏସ୍.ଟି.ଏଫ. ଯବାନ ଅଛନ୍ତି ।

ଆହତ ଯବାନମାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ନିଆଯାଇଛି, ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ହସ୍ପିଟାଲ ଯାଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ସେପଟେ ସୁରକ୍ଷାକର୍ମୀଙ୍କଠାରୁ ୧୦ଟି ଏକେ-୪୭ ସହିତ ୧୫ଟି ଅଟୋମେଟିକ୍ ରାଇଫଲ, ନକ୍ସଲ ଲୁଟି ନେଇଛନ୍ତି । ପୋଲିସର ସୂଚନା ଅନୁସାରେ ଗୁଳିବିନିମୟ ବେଳେ ୪ରୁ ୫ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି।

   Related Posts