AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ରକ୍ତମୁଖା ଲାଲବାହିନୀ : କ୍ରସ୍ ଫାୟାରରେ ଟଳି ପଡ଼ିଲେ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦ ସାହୁ, ୨ ସିଆରପିଏଫ୍ ଯବାନ ସହିଦ୍

30/10/2018 at 6:39 PM

ଭୁବନେଶ୍ବର ୩୦|୧୦: ଛତିଶଗଡ଼ରେ ପୁଣି ମାଓ ହମଲା । ନିର୍ବାଚନ ଯେତିକି ପାଖେଇ ଆସୁଛି, ଲାଲବାହିନୀ ସେତେ ଅଧିକରୁ ଅଧିକ ରକ୍ତମୁଖା ହେବାରେ ଲାଗିଛି । ବିଜାପୁରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣର ୩ ଦିନ ପରେ ଆଜି ଦାନ୍ତେୱାଡ଼ାରେ କରିଛନ୍ତି ଆମ୍ବୁସ୍ । ଯେଉଁଥିରେ ୨ ସିଆରପିଏଫ୍ ଯବାନ ସହିଦ୍ ହୋଇଥିବା ବେଳେ କ୍ରସ୍ ଫାୟାରରେ ଟଳି ପଡ଼ିଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି ।

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ରକ୍ତମୁଖା ଲାଲବାହିନୀ । ବିଜାପୁର ପରେ ଦାନ୍ତେଓ୍ବାଡ଼ାରେ ବଡ଼ ଧରଣର ମାଓ ହମଲା । ଏଥର ସୁରକ୍ଷାକର୍ମୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେ ଟାର୍ଗେଟ୍ । ଆରନପୁର ନିକଟରେ ସିଆରପିଏଫ୍ ଯବାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ । ଯେଉଁଠି କ୍ରସ୍ ଫାୟାରରେ ଟଳି ପଡ଼ିଛନ୍ତି ଦୂରଦର୍ଶନର ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦ ସାହୁ। ସିଆରପିଏଫ୍ ଏସଆଇ ରୁଦ୍ରପ୍ରତାପ, ଆସିଷ୍ଟାଣ୍ଟ କନଷ୍ଟେବଲ୍ ମଙ୍ଗଳୁ ସହିଦ୍ ହୋଇଛନ୍ତି । ଆଉ ୨ ଜଣ ଯବାନ ଆହତ ହୋଇଛନ୍ତି ।

ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗାଁରେ । ସେନାବାହିନୀରୁ ଅବସର ପରେ ଦୂରଦର୍ଶନରେ ଚାକିରି କରିଥିଲେ । ଛତିଶଗଡ଼ରେ ନିର୍ବାଚନ କଭରେଜ୍ ପାଇଁ ଦିଲ୍ଲୀରୁ ଅନ୍ୟ ୨ ସହଯୋଗୀଙ୍କ ସହ ଆସିଥିଲେ ।ତେବେ ନିର୍ବାଚନ ପୂର୍ବରୁ ଆରନପୁର-ଦାନ୍ତେୱାଡ଼ା ରାସ୍ତାରେ ଫ୍ଲାଗ୍ ମାର୍ଚ୍ଚ କରୁଥିଲେ ସୁରକ୍ଷାକର୍ମୀ । ଆଉ ସହଯୋଗୀ ରିପୋର୍ଟର ଧୀରଜ କୁମାର ଏବଂ ଲାଇଟ୍ ଆସିଷ୍ଟାଣ୍ଟ ମୋରମୁକ୍ତ ଶର୍ମାଙ୍କ ସହ ଗ୍ରାଉଣ୍ଡରୁ ନିର୍ବାଚନ ଏବଂ ଅନ୍ୟ ଉନ୍ନୟନମୂଳକ ଖବର ସଂଗ୍ରହରେ ବ୍ୟସ୍ତ ଥିଲେ ଅଚ୍ୟୁତାନନ୍ଦ କିନ୍ତୁ ସୁରକ୍ଷାକର୍ମୀଙ୍କୁ ନକ୍ସଲଙ୍କ ଟାର୍ଗେଟର କ୍ରସ୍ ଫାୟାରରେ ଟଳି ପଡ଼ିଲେ ।  ଗତବର୍ଷ ବାହା ହୋଇଥିଲେ ଅଚ୍ୟୁତାନନ୍ଦ । ସେ ଓ ତାଙ୍କ ସ୍ତ୍ରୀ ଦିଲ୍ଲୀରେ ରହୁଥିବା ବେଳେ ଗାଁରେ ରହୁଥିଲେ ବାପା-ମାଆ ।

ଗତ ଶନିବାର ବିଜାପୁରରେ ଲାଲ୍ ବାହିନୀର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ସି.ଆର୍.ପି.ଏଫ୍ ଯବାନ୍ ସହିଦ୍ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଓଡ଼ିଆ ଯବାନ୍ ବ୍ରଜମୋହନ ବେହେରା ଥିଲେ ।

   Related Posts