ବଲିଉଡ୍‌ ଅଭିନେତା ନଓ୍ୱାଜଉଦ୍ଦିନ ସିଦ୍ଦିକିଙ୍କର ଭଉଣୀ ଶ୍ୟାମାଙ୍କର ୨୬ ବର୍ଷରେ ମୃତ୍ୟୁ

Published By : Prameya-News7 Bureau | December 08, 2019 IST

ମମ୍ବଇ ୦୭।୧୨ - ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ନଓ୍ୱାଜଉଦ୍ଦିନ ସିଦ୍ଦିକିଙ୍କର ଭଉଣୀ ଶ୍ୟାମାଙ୍କର ୨୬ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଗତ ୮ ବର୍ଷ ଧରି ଶ୍ୟାମାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥିଲା । ପୁନେର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନଓ୍ୱାଜଉଦ୍ଦିନ ଏବେ ଆମେରିକାରେ ତାଙ୍କର ସିନେମା ନୋ ଲ୍ୟାଣ୍ଡସ୍‌ ମ୍ୟାନର ସୁଟିଂରେ ବ୍ୟସ୍ତ ଅଛନ୍ତି ।

wp:core-embed/twitter {"url":"https://twitter.com/Nawazuddin_S/status/1051019431499976704?s=20","type":"rich","providerNameSlug":"twitter","className":""}
https://twitter.com/Nawazuddin_S/status/1051019431499976704?s=20
/wp:core-embed/twitter

ଶ୍ୟାମା ତାମସି ସିଦ୍ଦିକିଙ୍କୁ ୧୮ ବର୍ଷ ହୋଇଥିବା ବେଳେ ତାଙ୍କୁ କର୍କଟ ହୋଇଥିବା କଥା ଜଣା ପଡିଥିଲା । ଏଥିପାଇଁ ତାଙ୍କର ଚିକିତ୍ସା କରାଯାଉଥିଲା । ୮ ବର୍ଷ ଧରି ତାଙ୍କର ଚିକିତ୍ସା ହେବାପରେ ପୁନେରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.