previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀଙ୍କ ଉପରେ ଝୁଲିଲା ଖଣ୍ଡା: ୩୧ ଲକ୍ଷ ଠକେଇ ଅଭିଯୋଗ,ଜାଣନ୍ତୁ କାରଣ

7/07/2022 at 11:14 AM

ମୁମ୍ୱାଇ ୦୭/୦୭: ଚର୍ଚ୍ଚାରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି । ପ୍ରକୃତରେ, ଆଲିଆଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ । ଅଭିଯୋଗ ଏହା ଯେ, ସେ ତାଙ୍କ ପ୍ରଡକ୍ସନ କମ୍ପାନୀ ‘ହୋଲି କାଓ’ ର କ୍ରିଏଟିଭ୍ ତଥା କୋ-ପ୍ରଡ୍ୟୁସର ମଞ୍ଜୁ ଗରୱାଲଙ୍କୁ ୩୧ ଲକ୍ଷ ଟଙ୍କା ଦେବାକୁ ମନା କରି ଦେଇଛନ୍ତି । ମଞ୍ଜୁ ଏହି ଟଙ୍କାକୁ ଫିଲ୍ମରେ ବିନିଯୋଗ କରିଥିଲେ ।

ମଞ୍ଜୁ ଏନେଇ ଆଲିଆଙ୍କୁ ଅନେକ ଥର ଟଙ୍କା ମାଗିବା ପରେ ମଧ୍ୟ ତାଙ୍କୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଫଳରେ ମଞ୍ଜୁ ଅଭିନେତା ପତ୍ନୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ସିଦ୍ଦିକିଙ୍କୁ ଟଙ୍କା ଠକେଇ ବ୍ୟତୀତ ମାନସିକ ସ୍ତରରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ମଞ୍ଜୁ ।

ମଞ୍ଜୁ ଏକ ସାକ୍ଷାତକାରରେ କହିଛନ୍ତି- ମୁଁ ଏବଂ ଆଲିଆ ୨୦୦୫ ମସିହାରୁ ବନ୍ଧୁ ଅଟୁ । ସେ ସବୁବେଳେ ନିର୍ମାତା ହେବାକୁ ଚାହୁଁଥିଲେ । ଆଲିଆ କହିଥିଲେ ଯେ ମୁଁ ଫାଇନାନ୍ସିଆଲ ପାର୍ଟ ସମ୍ଭାଳୁଛି, ତୁମେ କ୍ରିଏଟିଭ୍ କାର୍ଯ୍ୟ ସମ୍ଭାଲ । ମୁଁ କାଷ୍ଟିଂ କଲି, କିନ୍ତୁ ତାଙ୍କର ଚେକ୍ ବାଉନ୍ସ ହେଲା । ମଞ୍ଜୁ ଏହା ମଧ୍ୟ କହିଛନ୍ତି ଯେ ଆଲିଆଙ୍କ ନିର୍ଦ୍ଦେଶରେ ତାଙ୍କ ପିତା ମଧ୍ୟ ଏହି ପ୍ରକଳ୍ପରେ ଟଙ୍କା ବିନିଯୋଗ କରିଥିଲେ ।

ମଞ୍ଜୁ ଆହୁରି କହିଛନ୍ତି- ‘ଆଲିଆ ଜାଣିଥିଲେ ଯେ ମୋ ବାପା ତାଙ୍କ ଉଜୈନ ଘର ବିକ୍ରି କରୁଛନ୍ତି । ସେ ତାଙ୍କ ପିତାଙ୍କୁ ପ୍ରବର୍ତ୍ତାଇଲେ ଏବଂ ସେ ଘର ବିକ୍ରି କଲେ । ଆଲିଆ କହିଛନ୍ତି ଯେ ସେ ନିଜେ ଗୋଟେ ମାସରେ ଟଙ୍କା ଫେରସ୍ତ କରିବେ ବୋଲି କହିଥାଲେ । କିନ୍ତୁ ଏପର୍ଯ୍ୟନ୍ତ ସେ ତାହା କରିନାହାଁନ୍ତି । ମଞ୍ଜୁ ଏହା ମଧ୍ୟ କହିଛନ୍ତି ଯେ ଆଲିଆ ପରେ ପ୍ରଡକ୍ସନ୍ ହାଉସ୍ ‘ହୋଲି କାଓ’ ରେ କ୍ରେଡିଟ୍ ଦେବାକୁ ମନା କରିଦେଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ମଞ୍ଜୁଙ୍କର ଏକ ହାର୍ଡ ଡିସ୍କ ଥିଲା, ଯେଉଁଥିରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିଲା । ଏହାକୁ ଫେରାଇବା ପାଇଁ ଆଲିଆ ଏବଂ ମଞ୍ଜୁଙ୍କ ମଧ୍ୟରେ ବହୁତ ବିତର୍କ ହୋଇଥିଲା । ଆଲିଆ ସେମାନଙ୍କୁ ୨୨ ଲକ୍ଷ ଟଙ୍କା ଦେଇ ସେହି ହାର୍ଡ ଡିସ୍କ ନେଇଥିଲେ । ତେବେ ସେ ବାକି ଟଙ୍କା ମଞ୍ଜୁଙ୍କୁ ଦେଇ ନଥିଲେ । ମଞ୍ଜୁ କହିଛନ୍ତି ଯେ ଆଲିଆଙ୍କୁ ପ୍ରାୟ ୩୧ ଲକ୍ଷ ଟଙ୍କା ଫେରସ୍ତ କରିବାର ଅଛି ।

   Related Posts