ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ, ଅଭିଯୋଗ ଆଣିଲେ ଅଭିନେତାଙ୍କ ମାଆ
25/01/2023 at 8:55 AM

ମୁମ୍ଵାଇ ୨୫।୦୧: ବଲିଉଡଙ୍କ ପ୍ରସିଦ୍ଧ ଅଭିନେତାଙ୍କ ନୱାଜୁଦ୍ଦିନ ସିଦ୍ଦିକି। ତାଙ୍କ ଅଭିନୟ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛି । କିନ୍ତୁ ସେ ପ୍ରାୟତ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ସେ ଏବେ ବ୍ୟକ୍ତିଗତ କାରଣ ପାଇଁ ଆଲୋଚନାକୁ ଆସିଛନ୍ତି। ତାଙ୍କ ପତ୍ନୀ ଆଲିଆ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏବେ ଅଭିନେତାଙ୍କ ମାଆ ବହୁ ଉପରେ ଅଭିଯୋଗ ଆଣିଛନ୍ତି। ଯେଉଁଥିପାଇଁ ସେ ଥାନାରେ ମାମଲା ରୁଜୁ କରିଛନ୍ତି। ଏହାକୁ ନେଇ ନୱାଜୁଦିନଙ୍କ ପତ୍ନୀଙ୍କୁ ପଚରାଉଚୁରା କରିବା ପାଇଁ ପୋଲିସ ଷ୍ଟେସନକୁ ଡକାଯାଇଛି।
.jpg)
ସୂଚନା ମୁତାବକ, ଆଲିଆ ଯେଉଁ ବଙ୍ଗଳାରେ ରୁହନ୍ତି ସେଠାରେ ଉଭୟ ଆଲିଆ ଓ ମେହରୁନିସାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମେହରୁନିସା ଥାନାରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମୁମ୍ବାଇ ବର୍ସୋବା ମାମଲା ରୁଜୁ କରିଛି। ନୱାଜୁଦ୍ଦିନ ଦୁଇଟି ବିବାହ କରିଥିଲେ। ପ୍ରଥମ ବିବାହ ଅଭିନେତାଙ୍କ ମାଆଙ୍କ ପସନ୍ଦ ଦ୍ଵାରା ବିବାହ କରିଥିଲେ । ତାଙ୍କୁ ବହୁତ ଭଲ ବି ପାଉଥିଲେ । ହେଲେ ପ୍ରଥମ ପତ୍ନୀଙ୍କ ଭାଇ ହସ୍ତକ୍ଷେପ ଯୋଗୁଁ ଦୁଇଜଣ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।ଏହା ପରେ, ନୱାଜୁରଦିନ୍ ସିଦ୍ଦିକୀ ଅଞ୍ଜଲିକୁ ବିବାହ କରିଥିଲେ। ଅଞ୍ଜଲି ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା। ବିବାହ କରିବା ପାଇଁ ଅଞ୍ଜଲି ତାଙ୍କ ଧର୍ମ ସହିତ ତାଙ୍କ ନାମ ବଦଳାଇଥିଲେ। ତାଙ୍କର ଗୋଟିଏ ପୁଆ ଓ ଝିଅ ମଧ୍ୟ ଅଛି।

ରିପୋର୍ଟ ଅନୁଯାୟୀ, ୨୦୨୦ରେ ନୱାଜୁଦ୍ଧିନ ଆଲିଆଙ୍କର ଅନେକ ଗମ୍ଭୀର ଅଭିଯୋଗ ହୋଇଛି। ସେ ନୱାଜୁଦ୍ଧିନ ଏବଂ ତାଙ୍କ ପରିବାର ବିରୋଧରେ ମାରପିଟ୍ର ଅଭିଯୋଗ ଆଣିଥିଲେ। ଦୁଇଜଣଙ୍କ ମଧ୍ୟରେ ଏତେ ଫାଟ ସୃଷ୍ଟି ହୋଇଥିଲା ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଥିଲା । କିନ୍ତୁ କିଛି ଦିନ ପରେ ସେମାନେ କହିଥିଲେ ତାଙ୍କ ମଧ୍ୟ ସବୁକିଛି ଭଲ ଅଛି।