Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ଉପରେ ଅଭିଯୋଗ ଆଣିଲେ ଅଭିନେତାଙ୍କ ଓକିଲ, କହିଲେ-ପ୍ରଥମ ସ୍ଵାମୀଙ୍କୁ ଦେଇନାହାନ୍ତି ଛାଡପତ୍ର…

8/02/2023 at 7:45 AM

ମୁମ୍ଵାଇ ୦୮।୦୨: ନୱାଜୁଦ୍ଦିନ ସିଦ୍ଦିକିଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ନିକଟରେ ପ୍ରକାଶ ପାଇଛି ଯେ ନୱାଜୁଦ୍ଦିନଙ୍କ ମା ତାଙ୍କ ବୋହୂ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯାହା ପରେ ଅଭିନେତାଙ୍କ ପତ୍ନୀଙ୍କୁ ପଚରାଉଚୁରା କରାଯାଇଥିଲା।  ପରେ ନୱାଜୁଦ୍ଦିନଙ୍କ ଓକିଲ ବର୍ତ୍ତମାନ ଅଭିନେତାଙ୍କ ପତ୍ନୀ ଆଲିଆଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି।

ନିକଟରେ ନୱାଜୁଦ୍ଦିନ ଓକିଲ କହିଛନ୍ତି ଯେ ‘୨୦୦୧ ମସିହାରେ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହୋଇଥିବା ଆଲିଆ ଆକା ଅଞ୍ଜଳି କୁମାର ବିନୟ ଭର୍ଗବଙ୍କୁ ବିବାହ କରିଥିଲେ। ଏହା ପରେ ସେ ମୁମ୍ବାଇ ଆସି ୨୦୧୦ରେ ଅଞ୍ଜନା ଆନନ୍ଦ ପାଣ୍ଡେ ହୋଇଥିଲେ। ତା’ପରେ ସେ ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କଲେ ଏବଂ ନୱାଜୁଦ୍ଦିନଙ୍କୁ ବିବାହ କଲେ। କିନ୍ତୁ କିଛି ସମୟ ପରେ ୨୦୧୧ ରେ ଉଭୟ ପାରସ୍ପରିକ ସମ୍ମତି ସହିତ ଛାଡପତ୍ର ନେଇଥିଲେ। ଏବଂ ଯେତେବେଳେ ନୱାଜୁଦ୍ଦିନଙ୍କ କ୍ୟାରିଅର୍ ଆରମ୍ଭ ହେଲା, ସେ ଆଲିଆ ଭାବରେ ଫେରି ଆସିଥିଲେ।

आलिया सिद्दीकी की ताज़ा खबरे हिन्दी में | ब्रेकिंग और लेटेस्ट न्यूज़ in  Hindi - Zee News Hindi

ତାଙ୍କ ଓକିଲ ଆହୁରି କହିଛନ୍ତି, ‘ଆଲିଆ ୨୦୨୦ରେ ନୱାଜୁଦ୍ଦିନଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ, କାରଣ ଦୁହିଁଙ୍କ ରାସ୍ତା ଅଲଗା ଅଲଗା ହୋଇଯାଇଥିଲା, ତେଣୁ ଏହି ଛାଡପତ୍ରର କୌଣସି ଅର୍ଥ ନଥିଲା।’ ଓକିଲ ଏକ ବଡ ଦାବି ମଧ୍ୟ କରିଛନ୍ତି ଯେ ‘ଆଲିଆ ଏପର୍ଯ୍ୟନ୍ତ ତାଙ୍କ ପ୍ରଥମ ସ୍ୱାମୀ ବିନୟଙ୍କୁ ଛାଡପତ୍ର ଦେଇନାହାଁନ୍ତି’। ଏହା ବ୍ୟତୀତ ‘ଆଲିଆ ତାଙ୍କର ଅଷ୍ଟମ ମାର୍କ ସିଟ୍ ଉପରେ ନିଜର ନକଲି ଜନ୍ମଦିନ ଲେଖିଛନ୍ତି । ଜନ୍ମ ତାରିଖ ମାର୍କସିଟରେ ୧୯୭୯ ଏବଂ ପାସପୋର୍ଟରେ ୧୯୮୨ ଅଛି।

ଆଲିଆ ନୱାଜୁଦ୍ଦିନଙ୍କ ସମେତ ସମଗ୍ର ପରିବାର ବିରୋଧରେ ବଡ ଅଭିଯୋଗ ଆଣିଥିଲେ ଆଲିଆଙ୍କ ଓକିଲ କହିଥିଲେ ଯେ ତାଙ୍କୁ ଅଧିକ ଖରାପ ବ୍ୟବହାର କରାଯାଉଛି, ତାଙ୍କୁ ଖାଇବାକୁ ଦିଆଯାଉ ନାହିଁ। ତାଙ୍କୁ ବାଥରୁମ ବ୍ୟବହାର କରିବାକୁ ବାରଣ କରାଯାଇଛି। ନୱାଜୁଦ୍ଦିନ ପିଲାମାନଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ବହନ କରୁନାହାଁନ୍ତି। ଏହି ଅଭିଯୋଗ ପରେ ବର୍ତ୍ତମାନ ନୱାଜୁଦ୍ଦିନ ସିଦ୍ଦିକି  ଓକିଲ ଅଭିନେତାଙ୍କ ପତ୍ନୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

   Related Posts