ଫିଲ୍ମ ‘ମଣ୍ଟୁ’ ପାଇଁ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକି ପାରିଶ୍ରମିକ ଆକାରରେ ନେଲେ ମାତ୍ର ଗୋଟିଏ ଟଙ୍କା

Published By : Prameya-News7 Bureau | August 30, 2018 IST

ମୁମ୍ବାଇ ୩୦।୮ : ଚଳିତ ବର୍ଷ ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମଣ୍ଟୁ’ । ଉଦ୍ଦୁ ଲେଖକ ସଦତ ହସନ ମଣ୍ଟୁଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଏହି ଫିଲ୍ମରେ ୧୯୪୮ ଲାହୋର ଯୁଦ୍ଧ ପରେ ଧ୍ବଂଶବିଶେଷ ପ୍ରଦର୍ଶିତ ହୋଇଛି । ଏହି ଫିଲ୍ମରେ ମଣ୍ଟୁ କିପରି ତାଙ୍କ କାମ ସହ ସାଲିସ ନକରି ସଂଗ୍ରାମ କରୁଛି ତାର ସ୍ତ୍ରୀ ଏବଂ ଝିଅକୁ ସମର୍ଥନ ଦେବା ପାଇଁ ତାହା ଦେଖିବାକୁ ମିଳିବ  । ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକି ଏହି ପିଲ୍ମରେ ମଦତ ହସନ ମଣ୍ଟୁଙ୍କ ଭୂମିକାରେ ଅଭିନୟ କରିଛନ୍ତି । ମଣ୍ଟୁ ଫିଲ୍ମ ପାଇଁ  ସେ ମାତ୍ର ଏକ ଟଙ୍କା ନେଉଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ କହିଛନ୍ତି ମଣ୍ଟୁ ବହୁତ ପରିଚିତ ଥିଲେ ଏବଂ ତାଙ୍କ ଅବଦାନ ଅତୁଳନୀୟ ଥିଲା  ତେଣୁ ତାଙ୍କ ଜୀବନ ଅପେକ୍ଷା ଟଙ୍କାର ମୂଲ୍ୟ ଅଧିକ ନୁହେଁ । ତେଣୁ ସେ ନଓ୍ବାଜୁଦ୍ଦିନଙ୍କୁ ମାତ୍ର ଏକ ଟଙ୍କା ଦେବା ପାଇଁ କହିଥିଲେ । ନଓ୍ବାଜୁଦ୍ଦିନ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ । ନଓ୍ବାଜୁଦ୍ଦିନ ନିଜର ଉତ୍କୃଷ୍ଟ ଅଭିନୟ କୌଶଳ ସହ ଫିଲ୍ମ ମଣ୍ଟୁର ସ୍କ୍ରିନିଂ କରିଛନ୍ତି । ଏହି ଫିଲ୍ମର ଟ୍ରେଲର ଏବେ ଜାରି କରାଯାଇଛି । ଦର୍ଶକଙ୍କୁ ଟ୍ରେଲର ବହୁତ ପସନ୍ଦ ଆସିଛି । ଫିଲ୍ମର ନିର୍ଦ୍ଦେଶିକା ନନ୍ଦିତା ଦାସ କହିଛନ୍ତି ମଣ୍ଟୋ ଭୂମିକାରେ ଅଭିନୟ ପାଇଁ କେବଳ ଏକ ଟଙ୍କା ଦାନ କରାଯାଇଛି । ନଓ୍ବାଜୁଦ୍ଦିନ ମଧ୍ୟ ତାଙ୍କ ସମ୍ମାନ ରଖିବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ମରେ ନଓ୍ବାଜୁଦ୍ଦିନଙ୍କ ସହ ରସିକା ଦୁଗଲ୍ଲ, ତାହିର ରାଜ ଭସିନ, ଦିବ୍ୟ ଦତ୍ତା ଏବଂ ରିଷି କପୁର ମଧ୍ୟ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.