ହୋଟେଲ୍ରେ ରହିବାକୁ ବାଧ୍ୟ ହେଲେ ନୱାଜୁଦ୍ଦିନ, ମାଆ-ପତ୍ନୀଙ୍କ ବିବାଦ ପାଇଁ ଛାଡିଲେ ଘର
6/02/2023 at 8:53 AM

ମୁମ୍ଵାଇ ୦୬।୦୨: ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ମା ତାଙ୍କ ପତ୍ନୀ ଆଲିଆଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସମ୍ପତ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟପକ୍ଷରେ ଆଲିଆ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରକୁ ଘରୋଇ ହିଂସା ଅଭିଯୋଗ କରିଛନ୍ତି। ଏହା ପରେ କୋର୍ଟ ଅଭିନେତାଙ୍କୁ ନୋଟିସ ଜାରି କରିଥିଲେ। ଏହି ସମୟରେ, ଖବର ହେଉଛି ଯେ ପତ୍ନୀ ଏବଂ ମାଆଙ୍କ ମଧ୍ୟରେ ବିବାଦ ହେତୁ ସେ ଘରୁ ବାହାରି ହୋଟେଲରେ ରହିବାକୁ ଲାଗିଲେ।
ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନଙ୍କ ବନ୍ଧୁ କହିଛନ୍ତି ଯେ ସେ ବର୍ତ୍ତମାନ ହୋଟେଲରେ ଅଛନ୍ତି। ତାଙ୍କ ଓକିଲମାନେ ଆଇନଗତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ ସେଠାରେ ରହିବେ। ନୱାଜୁଦ୍ଦିନଙ୍କ ମା ମେହେରୁନିସା ସିଦ୍ଦିକି ଆଲିଆଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ। ତାଙ୍କ ମା ଦାବି କରିଛନ୍ତି ଯେ ଆଲିଆ ନୱାଜୁଦ୍ଦିନଙ୍କ ପତ୍ନୀ ନୁହଁନ୍ତି ଏବଂ ଆଲିଆଙ୍କ ଓକିଲ କହିଛନ୍ତି ଯେ ନୱାଜୁଦ୍ଦିନ ତାଙ୍କ ପତ୍ନୀ ବୋଲି ଡକ୍ୟୁମେଣ୍ଟରେ ସ୍ଵୀକାର କରିଛନ୍ତି।
ଆଲିଆ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ କୋଠରୀରୁ ବାହାର କରି ଦିଆଯାଇଥିଲା ଏବଂ ତାଙ୍କୁ ଲିଭିଙ୍ଗ୍ ରୁମ୍ ସୋଫାରେ ଶୋଇବାକୁ ପଡିଲା। ସେ ସେୟାର କରିଥିବା ଭିଡିଓରେ ତାଙ୍କର ଉଭୟ ପିଲା ସୋଫାରେ ଶୋଇଥିଲେ। ନୱାଜୁଦ୍ଦିନ ଏବଂ ଆଲିଆ ୨୦୧୦ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି।୬ ମଇ ୨୦୨୦ରେ, ଆଲିଆ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ୨୦୨୧ରେ ସେ ଛାଡପତ୍ର ଆବେଦନ ପ୍ରତ୍ୟାହାର କରି ନେଇଥିଲେ।