ଭାରତ ସହ ଚୁକ୍ତିର ଉଲ୍ଲଂଘନ କରିଛି ପାକିସ୍ତାନ, ବାଜପେୟୀଙ୍କ କଥାକୁ ମନେ ପକାଇ ସତ ମାନିଲେ ନୱାଜ ସରିଫ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବଡ଼ ଖୁଲାସା କରିଛନ୍ତି । ସେ ପାକିସ୍ତାନର ଧୋକାବାଜ କାମକୁ ସ୍ୱୀକାର କରି କହିଛନ୍ତି ଯେ ତାଙ୍କ ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ବୁଝାମଣାକୁ ଉଲ୍ଲଂଘନ କରିଥିଲା । ନୱାଜ ସରିଫ ୧୯୯୯ କାରିଗଲ୍ ଯୁଦ୍ଧକୁ ଇଙ୍ଗିତ କରିଛନ୍ତି, ଯେତେବେଳେ ଜେନେରାଲ ପରଭେଜ ମୁଶରଫଙ୍କ ନେତୃତ୍ୱରେ ପାକିସ୍ତାନ ସେନା ଭାରତର ଅଞ୍ଚଳରେ ଉପରେ କବଜା କରିବା ପାଇଁ ଉଦ୍ୟମ କରିଥିଲା ।

ନୱାଜ ସରିଫ କହିଛନ୍ତି ଯେ ପାକିସ୍ତାନ ୧୯୯୯ରେ ଅଟଳ ବିହାରୀ ବାଜୟେପୀ ଏବଂ ତାଙ୍କ ଦ୍ୱାରା ହସ୍ତାକ୍ଷର ହୋଇଥିବା ବୁଝାମଣାର ଉଲ୍ଲଂଘନ କରିଥିଲା । ସରିଫ ନିଜ ପାର୍ଟି ପିଏମଏଲ-ଏନର ଏକ ବୈଠକରେ କହିଛନ୍ତି, ମେ ୨୮,୧୯୯୮ରେ ପାକିସ୍ତାନ ପାଞ୍ଚ ପରମାଣୁ ପରୀକ୍ଷଣ କରିଥିଲା । ଏହାପରେ ବାଜପେୟୀ ଜୀ ଏଠାକୁ ଆସିଥିଲେ ଏବଂ ଆମ ସହ ଏକ ବୁଝାମଣା କରିଥିଲେ । କିନ୍ତୁ ଆମେ ସେହି ଚୁକ୍ତିର ଉଲ୍ଲଂଘନ କରିଛୁ...ଏହା ଆମର ଭୁଲ ଥିଲା । 

ଲାହୋରରେ ଏକ ଐତିହାସିକ ଶିଖର ସମ୍ମିଳନୀ ପରେ ନୱାଜ ସରିଫ ଏବଂ ଅଟଳ ବିହାରୀ ବାଜପେୟୀ ୧୯୯୯, ଫେବ୍ରଆରୀ ୨୧ରେ ଲାହୋର ଘୋଷଣାପତ୍ର ଉପରେ ହସ୍ତାକ୍ଷର କରିଥିଲେ । ଏହି ଦ୍ୱିପାକ୍ଷିକ ବୁଝାମଣା ଏବଂ ଶାସନ ଚୁକ୍ତି ଥିଲା, ଯେଉଁଥିରେ ଦୁଇ ଦେଶ ସହମତ ହୋଇଥିଲେ ଯେ ସେମାନେ ୧୯୯୮ ପରେ ଅନ୍ୟ କୌଣସି ପରମାଣୁ ପରୀକ୍ଷଣ କରିବେ ନାହିଁ । ଏହା ବ୍ୟତୀତ ଦୁଇ ଦେଶ ନିଜ ସୀମାରେ ସୈନିକ ଏବଂ ସୈନ୍ୟ ଉପକରଣ ମୁତୟନ କମ କରିବା ଉପରେ ମହମତ ହୋଇଥିଲେ । କିନ୍ତୁ, କିଛି ମାସ ପରେ ଜାମ୍ମୁ କାଶ୍ମୀରର କାରଗିଲ ଜିଲ୍ଲାରେ ପାକିସ୍ତାନୀ ଅନୁପ୍ରବେଶ ଯୋଗୁଁ କାରଗିଲ ଯୁଦ୍ଧ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.