ସତ ଓଗାଳି ଦେଲେ ନଓ୍ଵାଜ, କହିଲେ- ଆମେରିକାରୁ ମିଜାଇଲ ଜ୍ଞାନ କୌଶଳ ଚୋରି କରି ତିଆରି କଲୁ ‘ବାବର’ କ୍ଷେପଣାସ୍ତ୍ର
2/10/2020 at 10:47 PM

ଇସଲାମାବାଦ ୦୨।୧୦: ପାକିସ୍ତାନରେ ସଂପ୍ରତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମରେ ରହିଛି। ଏହି ସମୟରେ ନଓ୍ଵାଜ ସରିଫ ସିଧାସଳଖ ପାକିସ୍ତାନୀ ସେନାର ପ୍ରମୁଖ ଓ ଇମ୍ରାନ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରୁଛନ୍ତି। ନିକଟରେ ଇମ୍ରାନ ଖାନ ସେନାକୁ ନେଇ ଦେଇଥିବା ଟିପ୍ପଣୀରେ ନଓ୍ଵାଜ ସରିଫଙ୍କୁ ଘେରିବାରୁ ଲଣ୍ଡନରେ ଥିବା ନଓ୍ଵାଜ ପାକିସ୍ତାନୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଅସଲ କଥାକୁ ପଦାରେ ପକାଇଛନ୍ତି। ଆମେରିକାରୁ କ୍ଷେପଣାସ୍ତ୍ରର ଜ୍ଞାନ କୌଶଳ ଚୋରି କରି ବାବର କ୍ଷେପଣାସ୍ତ୍ର ତିଆରି କରାଯାଇଥିବା ପରୋକ୍ଷରେ ନଓ୍ଵାଜ ସରିଫ ସ୍ଵୀକାର କରିଛନ୍ତି।
ନଓ୍ଵାଜ ସରିଫ ଲଣ୍ଡନରେ କହିଛନ୍ତି ମୋତେ ଦେଶ ପାଇଁ ସହିଦ ହୋଇଥିବା ପାକିସ୍ତାନୀ ସେନାର ଯବାନଙ୍କୁ ନେଇ ଗର୍ବିତ। ଯେଉଁମାନେ ପାକିସ୍ତାନୀ ପାଇଁ ସହିଦ ହେଉଛନ୍ତି କିମ୍ବା ଗାଜି ହେଉଛନ୍ତି ସେମାନଙ୍କୁ ନଓ୍ଵାଜ ସରିଫ ସଲାମ କରିଛନ୍ତି। ମାତ୍ର କିଛି ଲୋକ ବଦନାମୀର କାରଣ ପାଲଟୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେନା ପାଇଁ ବହୁତ କିଛି କରିଛି। ବର୍ତ୍ତମାନ ଯେତେ ସବୁ କ୍ଷେପଣାସ୍ତ୍ର ରହିଛି, ସେଥିରୁ ଅଧା ମୋ ପ୍ରଧାନମନ୍ତ୍ରୀ ଅମଳରେ ତିଆରି ହୋଇଛି ବୋଲି ନଓ୍ଵାଜ ସରିଫ କହିଛନ୍ତି।
ଏ ଯେଉଁ ଟମହକ କ୍ଷେପଣାସ୍ତ୍ର ରହିଛି ତାହା ମଧ୍ୟ ନଓ୍ଵାଜ ସରିଫ ପ୍ରସ୍ତୁତ କରିଥିଲେ। ଆମେ ବଲୁଚିସ୍ତାନରୁ କ୍ଷେପଣାସ୍ତ୍ରକୁ ନେଇ ଆସିଥିଲୁ ଯେବେ ବିଲ୍ କ୍ଲିଣ୍ଟନ ଆଫଗାନିସ୍ତାନରେ ରକେଟ୍ ଉତକ୍ଷେପଣ କରିଥିଲେ ଏବଂ କ୍ଷେପଣାସ୍ତ୍ର ମାରି ଖସାଇଥିଲେ। ଏଥିରୁ ପ୍ରମାଣିତ ହୋଇଛି ଯେ ଆମେ କ୍ଷେପଣାସ୍ତ୍ର ଦେଶକୁ ଆଣିଛୁ। ଜ୍ଞାନ କୌଶଳ ଅନ୍ୟଠୁ ଆଣିଛୁ। ଆମେ ଗର୍ବିତ ଯେ କ୍ଷେପଣାସ୍ତ୍ର ମୋ ଅମଳରେ ହୋଇଛି ବୋଲି ନଓ୍ଵାଜ ସରିଫ କହିଛନ୍ତି।