ଇସ୍ଲାମାବାଦ ୨୦।୯: ଦୀର୍ଘ ଦିନ ପରେ ପାକିସ୍ତାନ ରାଜନୀତି ମଞ୍ଚରେ ଦେଖାଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ୍ ନେତା ମିଆଁ ନୱାଜ ସରିଫ। ବିରୋଧୀ ରାଜନୈତିକ ଦଳଙ୍କ ରାଲିରେ ଭିଡିଓ କନଫରେନସିଂ ମାଧ୍ୟମରେ ସରିଫ ଯୋଗଦେଇ ରାଜନୀତିରେ ପାକ୍ ସେନାର ଅନୁପ୍ରବେଶକୁ ଦୃଢ ବିରୋଧ କରିଛନ୍ତି। ସେନା ହିଁ ଇମ୍ରାନ ଖାନଙ୍କୁ କ୍ଷମତାସୀନ କରିଥିବା କହିଛନ୍ତି ସରିଫ। ସେ କହିଛନ୍ତି ଯେ ଇମ୍ରାନଙ୍କୁ ଆମର ବିରୋଧ କରିବାର କୌଣସି କାରଣ ନାହିଁ। ତେବେ ତାଙ୍କୁ ଯିଏ କ୍ଷମତାକୁ ଆଣିଛି ତା ବିରୋଧରେ ଏବେ ଆମକୁ ଏକଜୁଟ ହେବାକୁ ହେବ।
{"id":332402,"sizeSlug":"large"}ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେନା ଦେଶରେ କାଠ କଣ୍ଢେଇ କରିଦେଇଛି। ବିଲାୱଲ ଭୁଟ୍ଟୋଙ୍କ ଅଲପାର୍ଟି କନଫରେନ୍ସରେ ପୁଣି ସମାନ କଥା ଦୋହରାଇଛନ୍ତି ସରିଫ। ସେ କହିଛନ୍ତି ଯେ ଇମ୍ରାନଙ୍କୁ ନିର୍ବାଚନ ଜିତାଇବା ଲାଗି ସେନା ବିରୋଧରେ ସେ ହେରଫେର ଅଭିଯୋଗ ଆଣିଥିଲେ। ଆଜିବି ଏଥିପାଇଁ ସେ ପାକିସ୍ତାନ ସେନାକୁ ଦାୟି କରୁଥିବା କହିଛନ୍ତି। ଦେଶର ରାଜନୀତିକୁ ସେନା ଏବେ ନିଜ ହାତକୁ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ସେନା ଯେଉଁ ଭୁଲ କରିଛି ଓ କରୁଛି ତାହା କେବେବି କ୍ଷମାଯୋଗ୍ୟ ନୁହେଁ। ଏବେ ଦେଶ ସବୁ କ୍ଷେତ୍ରରେ ବିଫଳ ହେଉଛି। ବିଶ୍ୱ ରାଜନୀତିରେ ଏବେ ପାକିସ୍ତାନ ଉପହାସର ପାତ୍ର ପାଲଟିଛି ବୋଲି କହିଛନ୍ତି ସରିଫ।
wp:html/wp:html
ପାକ୍ ସେନା ଅଜାଣତରେ ଯାହା କରୁଛି ତାହା ଦେଶର ହୀତ ବୋଲି ଏବେ ଆଉ କୁହାଯାଇପାରିବନି ବୋଲି ସେ କହିଛନ୍ତି । ଦେଶକୁ ସେନା ଏବେ କେଉଁଠି ପହଞ୍ଚାଇ ଦେଇଛି ତାର ସେ ନିଜେ ଅନ୍ଦାଜ ବି କରିପାରିବନି। ଯେଉଁ କ୍ଷତି ହେଲାଣି ସେନା ଚାହିଁଲେ ବି ତାହା ଆଉ ପୂରଣ କରିପାରିବନି। ଏଣୁ ସେନା ଏବେଠୁ ନିଜକୁ ସରକାରୀ ସିଷ୍ଟମରୁ ଦୂରକୁ ନେଉ । ଆମର ସମ୍ବିଧାନ ମୁତାବକ ଦେଶର ଜନତାଙ୍କ ପସନ୍ଦ ନା ପସନ୍ଦ ସହ ସେନା ଆଉ ଖେଳ ନ ଖେଳୁ ବୋଲି ସରିଫ କହିଛନ୍ତି ।
{"id":332403,"width":575,"height":271,"sizeSlug":"large"}ଏପରି ମଞ୍ଚର ଆୟୋଜନ ଲାଗି ସରିଫ ବିଲାବଲ ଭୁଟ୍ଟୋ ଜରଦାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ଏବେ ଜରୁରି ହୋଇପଡିଥିବା କହିଛନ୍ତି। ଏଣୁ ଏହି ସମ୍ମିଳନୀର ଉଦ୍ଦେଶ୍ୟ ପୂର୍ଣ୍ଣ କରିବାକୁ ସେ ମୌଲାନା ଫଜଲୁର ରହେମାନଙ୍କ ସହ ସେ ଏକମତ ବୋଲି କହିଛନ୍ତି ସରିଫ। ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ସରିଫ ଦେଶର ରାଜନୀତିରୁ ଦୂରରେ ଅଛନ୍ତି। ଗତବର୍ଷ ଲାହୋର ଉଚ୍ଚନ୍ୟାୟାଳୟ ସରିଫଙ୍କୁ ଚିକତ୍ସା ଲାଗି ୪ ସପ୍ତାହ ନିମନ୍ତେ ବିଦେଶ ଯିବାକୁ ଜାମିନ ଦେଇଥିଲେ। ହେଲେ ସେବେଠାରୁ ସେ ବ୍ରିଟେନରୁ ଫେରୁନାହାନ୍ତି।