scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ସବୁଠାରୁ ଦାମୀ ଛାଡପତ୍ର ! ପତ୍ନୀଙ୍କୁ ୮ହଜାର କୋଟି ଦେବେ ଗୌତମ…

22/11/2023 at 3:40 PM

ନୂଆଦିଲ୍ଲୀ ୨୨।୧୧: ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ଗୌତମ ସିଙ୍ଘାନିଆ । ଦେଶର ଅନ୍ୟତମ ଧନୀ ବିଲିୟନିୟର । ନିଜର ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ସବୁବେଳେ ରହିଥାନ୍ତି ଚର୍ର୍ଚାରେ । ଏବେ କିନ୍ତୁ ଅନ୍ୟ କାରଣରୁ ଆସିଛନ୍ତି ଚର୍ଚ୍ଚାକୁ । ଗୌତମ ତାଙ୍କ ପତ୍ନୀ ନୱାଜ ମୋଦୀ ସିଙ୍ଘାନିଆଙ୍କ ଠାରୁ ନେବେ ଛାଡପତ୍ର । ଏନେଇ ନିକଟ ଅତୀତରେ ଘୋଷଣା କରିଥିଲେ । କିନ୍ତୁ ଛାଡପତ୍ର ମାମଲାର ସମାଧାନ ପାଇଁ କିଛି ଦାବି କରିଛନ୍ତି ନୱାଜ ମୋଦୀ ।

 ଯଦି ଏକଥା ସତ ହୋଇଥାଏ ତେବେ ଏହି ଛାଡପତ୍ର ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର ହେବ । ଏକ ରିପୋର୍ଟ ଅନୁଯାୟୀ, ନୱାଜ ମୋଦୀ ଗୌତମ ସିଙ୍ଘାନିଆଙ୍କ ପରିବାରଠାରୁ ଅଲଗା ହେବା ପାଇଁ  ଗୌତମଙ୍କ ମୋଟ ସମ୍ପତ୍ତିର ୭୫ ପ୍ରତିଶତ ଅଂଶ ଦାବି କରିଛନ୍ତି । ନୱାଜ ମୋଦୀ କହିଛନ୍ତି କି ନିଜ ପାଇଁ ଏବଂ ତାଙ୍କ ଦୁଇ ଝିଅ ନିହାରିକା ଏବଂ ନିସାଙ୍କ ପାଇଁ ଏହି ଦାବି କରିଛନ୍ତି । କୁହାଯାଉଛି ଯେ ଗୌତମ ସିଙ୍ଘାନିଆ ମଧ୍ୟ ଏହି ଦାବିରେ ବହୁ ପରିମାଣରେ ରାଜି ହୋଇଛନ୍ତି ।

ଗୌତମ ସିଙ୍ଘାନିଆ ଭାରତର ସବୁଠାରୁ ପୁରୁଣା ଉଦ୍ଦୋଗପତିଙ୍କ ପରିବାରରୁ ଆସିଥାନ୍ତି । ବର୍ତ୍ତମାନ ସେ ରେମଣ୍ଡସ ଗ୍ରୁପର ଏମଡି ଏବଂ ଚେୟାରମ୍ୟାନ୍ ଅଛନ୍ତି । ମୁକେଶ ଅମ୍ବାନୀଙ୍କ ପରେ ମୁମ୍ବାଇରେ ତାଙ୍କର ଦ୍ୱିତୀୟ ମହଙ୍ଗା ଏବଂ ଲଗଜୁରୀ ଘର ରହିଛି । ଗୌତମ ସିଙ୍ଘାନିଆ ତାଙ୍କର ଲଗଜୁରୀ ଲାଇଫ୍ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୪ ବିଲିୟନ ଡଲାର । ଅର୍ଥାତ୍ ଭାରତୀୟ ମୂଲ୍ୟରେ ଏହା ପ୍ରାୟ ୧୧ ହଜାର କୋଟି ହେବ ବୋଲି କୁହାଯାଉଛି।

ତେବେ ମୋଟ ସମ୍ପତ୍ତିକୁ ଦେଖିବାକୁ ଗଲେ ନୱାଜ ମୋଦୀଙ୍କ ଡିମାଣ୍ଡ ଅନୁଯାୟୀ ତାଙ୍କୁ ମିଳିବ ୮୨୪୦ କୋଟି । ଅର୍ଥାତ୍ ଏହି ଛାଡପତ୍ର ମାମଲା ୮ ହଜାର କୋଟିରୁ ଅଧିକ ମହଙ୍ଗା ହେବାକୁ ଯାଉଛି ।ଯଦି ନୱାଜ ମୋଦୀଙ୍କ ଡିମାଣ୍ଡ ମାନି ନିଆଯାଏ ତେବେ ଏହା ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର ହେବ । ପୂର୍ବରୁ ଦେଶରେ ଅନେକ ହାଇ-ପ୍ରୋଫାଇଲ୍ ଛାଡପତ୍ର ମାମଲା ଦେଖିବାକୁ ମିଳିଥିଲା।

ଅଧିକାଂଶ ଦାମୀ ଛାଡପତ୍ର ମାମଲା ବଲିଉଡ ସହିତ ଜଡିତ । ହ୍ରିତିକ ରୋଶନ ଏବଂ ସୁଜାନ ଖାନଙ୍କ ଛାଡପତ୍ର ହେଉଛି ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର । ଏଥିରେ ଆଲୁମନି ଭାବେ ହ୍ରିତିକ୍ଙ୍କୁ ଦେବାକୁ ପଡିଥିଲା ୪୦୦କୋଟି । ତେବେ ଏହା ତୁଳନାରେ ସିଙ୍ଘାନିଆଙ୍କ ଛାଡପତ୍ର ମାମଲା ୨ଗୁଣା ମହଙ୍ଗା ହେବାକୁ ଯାଉଛି ।

ଯଦି ବିଶ୍ବର ସବୁଠାରୁ ଦାମୀ ଛାଡପତ୍ର ବିଷୟରେ ଆଲୋଚନା କରିବା ତେବେ ଜେଫ୍ ବେଜୋସ୍ ଠାରୁ ଆରମ୍ଭ କରି ବିଲ୍ ଗେଟ୍ସ, ଯାଏଁ  ଲିଷ୍ଟ ରହିଛି । ଯିଏକି ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ଗଣାଯାଆନ୍ତି । ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଏବଂ ମ୍ୟାକେଙ୍କି ସ୍କଟଙ୍କ ଛାଡପତ୍ର ୩୮ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କାରେ ହୋଇଥିଲା ।

ବିଲ୍ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ୭୩ ବିଲିୟନ ଡଲାର , ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାରେ ହୋଇଥିଲା ଛାଡପତ୍ର । ଦୁନିଆରେ କୋଟି କୋଟି ଡଲାର ଟଙ୍କାର ଅନେକ ଛାଡପତ୍ର ସାମ୍ନାକୁ ଆସିଛି କିନ୍ତୁ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଛାଡପତ୍ର ବିଲ୍ଗେଟ୍ସ ଙ୍କର ପ୍ରମାଣିତ ହୋଇଛି ।

You Can Read:

   Related Posts