ଆର୍ଯ୍ୟନଙ୍କୁ ଫସାଯାଇଛି, ୱାଙ୍ଖଡେଙ୍କ ଯିବ ଚାକିରୀ : ନବାବ ମଲିକ କହିଲେ-ଯଦି ମୁଁ ଭୁଲ ଅଛି ଇସ୍ତଫା ଦେବି

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭/୧୦: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ସମୀର ୱାଙ୍ଖଡେଙ୍କୁ ଆକ୍ରମଣ କରିବାର କୌଣସି ସୁଯୋଗ ଛାଡୁ ନାହାଁନ୍ତି। ସମୀର ୱାଙ୍ଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଗାଉଥିବା ଏନସିପି ନେତା ନବାବ ମଲିକ ପୁଣିଥରେ କହିଛନ୍ତି, ଆର୍ଯ୍ୟନ ଖାନଙ୍କୁ ଫସା ଯାଇଛି ଏବଂ ସମୀର ୱାଙ୍ଖଡେ ତାଙ୍କର ଚାକିରି ହରାଇବେ। କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ଦିଆଯାଇଥିବା କୌଣସି ବି ଦଲିଲ ଯଦି ଜାଲ୍ ହୁଏ ତେବେ ସେ ତୁରନ୍ତ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି।

ଇଣ୍ଡିଆ ଟୁଡେ ସହ ବାର୍ତ୍ତାଳାପରେ ମଲିକ କହିଛନ୍ତି, ଯଦି ମୋ ଦ୍ୱାରା ଦାଖଲ ହୋଇଥିବା କୌଣସି ଡକ୍ୟୁମେଣ୍ଟ ଜାଲ୍ ବୋଲି ଜଣାପଡେ, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ନଚେତ୍ ସେ ଇସ୍ତଫା ଦେବା ଉଚିତ୍। ମୋ ଜ୍ୱାଇଁକୁ ଫସାଯାଇଛି ଏବଂ ବର୍ତ୍ତମାନ ଆର୍ଯ୍ୟନ୍ ଖାନ୍ ବି ଫସିଛନ୍ତି।

ନକଲି କାଷ୍ଟ ସାର୍ଟିଫିକେଟ୍ ଏବଂ ଦଳିତଙ୍କ ଚାକିରି ସହ ଜଡିତ ପ୍ରଶ୍ନ ଉପରେ ନବାବ ମଲିକ କହିଛନ୍ତି, ଏହି ଦାବିଗୁଡିକ ଉପରେ ସେ ଶତପ୍ରତିଶତ ନିଶ୍ଚିତ। ମୁଁ ଆସନ୍ତାକାଲି ଟ୍ୱିଟରରେ ତାଙ୍କ ନିକାହନାମା ପୋଷ୍ଟ କରିବି। ମୋ ଦ୍ୱାରା ଦର୍ଶାଯାଇଥିବା ସମସ୍ତ ଦଲିଲଗୁଡ଼ିକ ଅରଜିନାଲ୍ ଅଟେ। ଅନ୍ୟପକ୍ଷେ,ସମୀରଙ୍କ ପତ୍ନୀ କ୍ରାନ୍ତି ଏ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ୱାମୀ ନକଲି ସାର୍ଟିଫିକେଟ୍ କରିନାହାଁନ୍ତି ଏବଂ ଜଣେ ଯୋଗ୍ୟ ଦଳିତଙ୍କ ଚାକିରି ଛଡ଼ାଇ ନେଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.