oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆର୍ୟନଙ୍କୁ ଜାମିନ୍ ପରେ ନବାବଙ୍କ tweet, ଲେଖିଲେ ପିକ୍ଚର୍ ଅଭି ବାକି ହୈ ମେରେ ଦୋସ୍ତ..

28/10/2021 at 6:56 PM

ମୁମ୍ବାଇ ୨୮।୧୦:  କ୍ରୁଜ ଡ୍ରଗ୍ସ କେସ୍‌ରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗୁରୁବାର କୋର୍ଟରୁ ଜାମିନ୍‌ ମିଳିଯାଇଛି। ତେବେ ମହାରାଷ୍ଟ୍ର ସଂଖ୍ୟାଲଘୁ, ୱାକଫ, ଦକ୍ଷତା ଓ ପ୍ରଦ୍ୟୋଗିକି ବିକାଶ ମନ୍ତ୍ରୀ ନବାବ ମଲ୍ଲିକଙ୍କ ମନ କିନ୍ତୁ ଏବେବି ଶାନ୍ତ ହୋଇନି। ଆର୍ୟନଙ୍କୁ କୋର୍ଟ ବେଲ ମଞ୍ଜୁର କରିବା ପରେ ନବାବ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ‘ପିକ୍ଚର ଅବ ବାକିହୈ ମେରେ ଦୋସ୍ତ’ ବୋଲି ଲେଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏନସିପି ନେତା ମଲ୍ଲିକ କ୍ରୁଜ୍ ଡ୍ରଗ୍ସ କେସ୍‌ ପରଠାରୁ ଲଗାତାର ନୂଆ ନୂଆ ତଥ୍ୟ ଉଜାଗର କରିବାରେ ଲାଗିଛନ୍ତି। ଫଳରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ନାରୋକଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ଏବେ ପରିସ୍ଥିତି ଏପରି ଉପୁଜିଛି ଯେ ୱାଙ୍ଖଡେଙ୍କ ମୁଣ୍ଡ ଉପରେ ଡେମୋକ୍ଲିସ୍‌ ଖଣ୍ଡା ଝୁଲିଛି। ମୁମ୍ବାଇ ପୋଲିସ ଭ୍ରଷ୍ଟାଚାର ନିବାରଣ ଆଇନରେ ମୋକଦ୍ଦମା ରୁଜୁ କରିଥିବା ବେଳେ କେତେବେଳେ ବି ୱାଙ୍ଖଡେଙ୍କୁ ଗିରଫ କରିବାର ଆଶଙ୍କା ଦେଖା ଦେଇଛି।

କ୍ରୁଜ୍ ଡ୍ରଗ୍ସ ପାର୍ଟିକୁ ପ୍ରଥମରୁ ଏନସିପି ନେତା ମିଥ୍ୟା ମାମଲା ବୋଲି କହିଆସୁଛନ୍ତି। ଯଦି ମାମଲା ସତ୍ୟ ତେବେ ଏହି ପାର୍ଟିର ଆୟୋଜକଙ୍କୁ କାହିଁକି ଏନସିବି ଗିରଫ କରୁ ନାହାନ୍ତି  ବୋଲି ପ୍ରଶ୍ନ କରିଆସୁଛନ୍ତି। କ୍ରୁଜରେ ଏପରି ପାର୍ଟିର ଆୟୋଜନ କରିଥିବା ବ୍ୟକ୍ତି ଏନସିବି ଅଧିକାରୀଙ୍କ ମିତ୍ର ବୋଲି ସେ ଅଭିଯୋଗ କରୁଛନ୍ତି। ସେହିପରି ବିନା ଅନୁମତିରେ ଏତେବଡ ପାର୍ଟି କିପରି ଚାଲିଥିଲା ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି।

‘କାର୍ଡିଲିଆ’ କ୍ରୁଜରେ ଏହି ପାର୍ଟିକୁ ଫ୍ୟାସନ ଟିଭିର ଭାରତ ମୁଖ୍ୟ କାଶିଫ ଖାନ୍‌ ଆୟୋଜନ କରିଥିଲେ। ଏଥିଲାଗି ସେ ମହାରାଷ୍ଟ୍ର ପୋଲିସ ଅଥବା ଗୃହ ବିଭାଗଙ୍କ ଠାରୁ କୌଣସି ଅନୁମତି ମଧ୍ୟ ନେଇ ନଥିଲେ। ତେବେ ସେମାନଙ୍କ ପାଖରେ ଯେଉଁ ଅନୁମତି ଥିଲା ତାହା କେବଳ ସିପିଙ୍ଗ ନିର୍ଦ୍ଦେଶାଳୟର। ହେଲେ ଏପରି ପାର୍ଟି ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ମଲ୍ଲିକ କହିଛନ୍ତି। ହେଲେବି ୱାଙ୍ଖଡେ ତାଙ୍କୁ ଗିରଫ କରୁ ନାହାନ୍ତି କାହିଁକି ବୋଲି ମଲ୍ଲିକ ବରାବର ପ୍ରଶ୍ନ କରିଆସୁଥିଲେ।

ତେବେ ନବାବ ମଲ୍ଲିକ କରିଥିବା ଗୁରୁତର ଅଭିଯୋଗର ମଧ୍ୟ ଏପର୍ଯ୍ୟନ୍ତ ଜବାବ ପାଇ ନାହାନ୍ତି। ଏନସିବି କାର୍ଯ୍ୟାନୁଷ୍ଠାନ କାଳରେ କ୍ରୁଜରେ ଅନ୍ତର୍ଜାତୀୟ ଡ୍ରଗ ମାଫିଆର ଏକ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲା। ହେଲେ ୱାଙ୍ଖଡେ ତାକୁ କିପରି ସେଠାରେ ଛାଡି ଆସିଲେ ସେ ନେଇ ମଲ୍ଲିକ ଏନସିବି ଉପରେ ଗୁରୁତର ଆରୋପ ଲଗାଇଥିଲେ। ଏବେ ତାଙ୍କର ଏହି ଟ୍ୱିଟ୍‌ ଏବେ ଏନସିବି ଜୋନାଲ ଡାଇରେକ୍ଟରଙ୍କ ଲାଗି କିଛି ନୂଆ ସମସ୍ୟା ଛିଡା କରିବନିତ ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

   Related Posts