oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଗୋଆର ଏହି ଦ୍ଵୀପରେ ପତାକା ଉତ୍ତୋଳନକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ରୋକ୍ ଠୋକ୍- କୌଣସି ପରିସ୍ଥିତିରେ ଉଡିବ ତ୍ରିରଙ୍ଗା

14/08/2021 at 6:28 PM

ଓ୍ଵାଶିଂଟନ ୧୪।୦୮: ଭାରତୀୟ ନୌସେନା ଚଳିତ ଅଗଷ୍ଟ ୧୫ରେ ସମଗ୍ର ଦେଶର ଦ୍ଵୀପରେ ତ୍ରିରଙ୍ଗା ଉଡାଇବାକୁ ଯୋଜନା ରଖିଛି। ହେଲେ ଗୋଆର  ସାଓ ଜାସିଣ୍ଟୋ ଦ୍ଵୀପରେ ରହୁଥିବା ଲୋକେ ନୌସେନାର ଏହି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଦେଖି ନୌସେନା ମଧ୍ୟ ପଛକୁ  ହଟି ଯାଇଛି। ନୌସେନାକୁ  ଜାତୀୟ ପତାକା ଉତ୍ତୋଳନ କରିବା ନିଜର କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ପଡିଛି। ଅନ୍ୟପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଏହି ଘଟଣାରେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଦ୍ଵୀପବାସୀଙ୍କୁ ଚେତାବନୀ ଦେଇଛନ୍ତି ଯେ, ଭାରତ ବିରୋଧୀ ଗତିବିଧିକୁ କଠୋରତାର ସହ ଦମନା କରାଯିବ। ମୁଖ୍ୟମନ୍ତ୍ରୀ ନୌସେନା ଅଧିକାରୀଙ୍କୁ ତ୍ରିରଙ୍ଗା ଉଡାଇବାକୁ ଅନୁରୋଧ କରିଛନ୍ତି।

ଏହା ମଧ୍ୟରେ ସାଓ ଜାସିଣ୍ଟୋ ଦ୍ଵୀପର ବାସିନ୍ଦା ସ୍ପଷ୍ଟ କରିଛନ୍ତି ଯେ, ସେମାନେ ପତ୍ତାକା ଉତ୍ତୋଳନକୁ ବିରୋଧ କରି ନାହାନ୍ତି। ମାତ୍ର ତାଙ୍କୁ ଡର ଯେ, ରବିବାର ପ୍ରସ୍ତାବିତ ନୌସେନାର କାର୍ଯ୍ୟକ୍ରମ ଏହି ଦ୍ଵୀପକୁ ପ୍ରମୁଖ ବନ୍ଦର ପ୍ରାଧିକରଣ ଅଧିନିୟମ, ୨୦୨୦ ଆଧାରରେ ଭବିଷ୍ୟତରେ ନିଜର ଅକ୍ତିକାରକୁ ନେବା ପାଇଁ କେନ୍ଦ୍ରର ଏକ ପ୍ରୟାସ ହୋଇପାରେ। ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ କହିଛନ୍ତି, ଦ୍ଵୀପରେ ଯେ କୌଣସି ପରିସ୍ଥିତିରେ ପତାକା ଉଡିବ। ସେ ଏହି କାର୍ଯ୍ୟକ୍ରମ ପାଇଁ ନୌସେନାକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଭରସା ଦେଇଛନ୍ତି। ଅଧିକାରୀ କହିଛନ୍ତି, ସ୍ଵାଧୀନତାର ୭୫ ବର୍ଷ ପୂରା ହେବା ଉପଲକ୍ଷେ ସ୍ଵାଧୀନତାର ଅମୃତ ମହୋତ୍ସବ ଆଧାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମଗ୍ର ଦେଶର ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଯୋଜନା ରଖିଛି।

ନୌସେନାର ଅଧିକାରୀ କହିଛନ୍ତି, ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କ ମନରେ ଦେଶଭକ୍ତି ଭାବନା ଭରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁ ସ୍ଥାନରେ ନୌସେନା ପତାକା ଉଡାଇବାର କାର୍ଯ୍ୟକ୍ରମ ଥିଲା, ସେହି ଜାଗାର ମାଲିକ ଆନ୍ଥୋନୀ ରୋଡ୍ରିଗ୍‌ଜ କହିଛନ୍ତି, କାର୍ଯ୍ୟକ୍ରମ ପାଇଁ ସେ ପ୍ରଥମରୁ ନୌସେନାକୁ ସ୍ଵୀକୃତି ଦେଇ ସାରିଛନ୍ତି। ହେଲେ କିଛି ସ୍ଥାନୀୟ ଲୋକେ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଛନ୍ତି।

ସେ କହିଛନ୍ତି, ଅନେକ ସ୍ଥାନୀୟ ଲୋକ ମୋ ଘରକୁ ଆସିଥିଲେ। ମୋତେ ପ୍ରଶ୍ନ କରିଥିଲେ ଯେ, ଆପଣ କଣ ପାଇଁ ପତାକା ଉତ୍ତୋଳନ କରିବାକୁ ଅନୁମତି ଦେଲେ। ସେମାନେ ଅଭିଯୋଗ କରିଥିଲେ ଯେ, ନୌସେନା ଭବିଷ୍ୟତରେ ଦ୍ଵୀପକୁ ନିଜ ନିୟନ୍ତ୍ରଣକୁ ନେଇ ପାରନ୍ତି। ଏଥିପାଇଁ ମୁଁ ନୌସେନାକୁ ଲୋକଙ୍କ ଅଭିଯୋଗ  ବିଷୟରେ ଅବଗତ କରାଇଛି।

   Related Posts