ଫେବ୍ରୁଆରୀ ୨୭ରୁ ନିଖୋଜ ଅଛନ୍ତି ନୌସେନାର ନାବିକ, ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କଲେ ପରିବାର ଲୋକେ

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ୨୭ରୁ ନିଖୋଜ ଅଛନ୍ତି ନୌସେନାର ନାବିକ। ତାଙ୍କୁ ଖୋଜିବା ପାଇଁ ବଡ଼ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି। ତାଙ୍କ ନାଁ ସାହିଲ ବର୍ମା । ପଶ୍ଚିମ ନୌସେନା କମାଣ୍ଡର କହିଛନ୍ତି ‘ଏହି ଘଟଣାରେ ସାହିଲ ବର୍ମାଙ୍କୁ ୨୦୨୪ ଫେବ୍ରୁଆରୀ ୨୭ରୁ ଡ୍ୟୁଟିରେ ଥିବା ସମୟରେ ଭାରତୀୟ ନୌସେନା ଜାହାଜରୁ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ତେବେ ନୌସେନା ତୁରନ୍ତ ଜାହାଜ ଏବଂ ବିମାନ ଦ୍ବାରା ବଡ଼ ଆକାରରେ ଅଭିଯାନ ଆରମ୍ଭ କରିଛି। ଯାହା ଏବେବି ଜାରି ରହିଛି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଉଚ୍ଚସ୍ତରୀୟ ଯାଞ୍ଚ ଆଦେଶ ଦିଆଯାଇଛି।’’

ସେପଟେ ସାହିଲ ବର୍ମାଙ୍କ ମାତା-ପିତା ଜାହାଜରୁ ସାହିଲଙ୍କ ନିଖୋଜ ଘଟଣାରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ତାଙ୍କ ବାପା ସୁଭାଷ ଚନ୍ଦର ଏବଂ ମାଆ ରମା କୁମାରୀ ଜମ୍ମୁର ଘୌ ମହ୍ନାସନର ଅଞ୍ଚଳର ବାସିନ୍ଦା। ଆହୁରି ମଧ୍ୟ ସେ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ଚନ୍ଦର କହିଛନ୍ତି ଶେଷ ଥର ପାଇଁ ସେ ସାହିଲଙ୍କ ସହ ଫେବ୍ରୁଆରୀ ୨୫ରେ ଫୋନ୍‌ ଯୋଗେ କଥା ହୋଇଥିଲେ। ଆଉ ଫେବ୍ରୁଆରୀ ୨୯ରେ ତାଙ୍କୁ ଏହି ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଲୋହିତ ସାଗରରେ ବ୍ରିଟିଶ ଜାହାଜକୁ ବୁଡାଇବା ଜାରି ରଖିବ ହୁତି, ବ୍ରିଟେନ୍‌କୁ କହିଲା ଦୁଷ୍ଟ ରାଜ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.