ନୌସେନା ଦିବସ ପୂର୍ବରୁ ଆଡ୍‌ମିରାଲ୍‌ କରମବୀରଙ୍କ ଦୃଢ଼ୋକ୍ତି, କହିଲେ- ଚୀନ୍‌ ଓ କରୋନା ବିରୋଧରେ ଲଢ଼ିବାକୁ ନେଭି ପ୍ରସ୍ତୁତ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨: କରୋନା ମହାମାରୀ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନର ବ୍ୟବହାର ଦେଶ ପାଇଁ ଡବଲ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନୌସେନା ଏକା ସାଙ୍ଗରେ ଏଭଳି ଦୁଇଟି ଚ୍ୟାଲେଞ୍ଜକୁ ସାମ୍ନା କରିବାର ସାମର୍ଥ୍ୟ ରଖିଛି। ସ୍ଥଳ ସେନା ଓ ବାୟୁ ସେନା ସହ ସମନ୍ବୟ ରଖି ଭାରତୀୟ ନୌସେନା କାର୍ଯ୍ୟ କରୁଛି ବୋଲି ନେଭି ମୁଖ୍ୟ କରମବୀର ସିଂହ କହିଛନ୍ତି।

ନୌସେନା ଦିବସର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଆଡମିରାଲ୍‌ କରମବୀର କହିଛନ୍ତି, ଭାରତୀୟ ମହାସାଗର କ୍ଷେତ୍ରରେ ଚୀନ ପକ୍ଷରୁ ମିଳୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ନୌସେନା ପାଖରେ ମାନକ ସଞ୍ଚାଳନ ପ୍ରକ୍ରିୟା ଅଛି। ଏହା ସହ ଲିଜ୍‌ରେ ନିଆଯାଇଥିବା ଦୁଇଟି ପ୍ରିଡେଟର ଡ୍ରୋନ୍‌ ଆମକୁ ପାଟ୍ରୋଲିଂ କରିବା​‌ରେ ସହୟତା କରୁଛି। ଏହି ଡ୍ରୋନ୍‌ ମିଳିବା ପ​‌ରେ ପାଟ୍ରୋଲିଂ କରିବା କ୍ଷମତା ୨୪ ଘଣ୍ଟା ହୋଇଯାଇଛି ବୋଲି ନୌସେନା ମୁଖ୍ୟ କହିଛନ୍ତି।

ଏହା ସହ ସ୍ଥଳ ସେନା ଓ ବାୟୁ ସେନାର ଆବଶ୍ୟକତାକୁ ନଜରରେ ରଖି ନୌସେନା ବିଭିନ୍ନ ସ୍ଥାନରେ ପି-୮ ଆଇ ବିମାନ ନିୟୋଜିତ କରିଛୁ। ଉତ୍ତର ସୀମାରେ ହେରୋନ ପାଟ୍ରୋଲିଂ ଡ୍ରୋନ୍‌ ନିୟୋଜିତ କରାଯାଇଛି। ଏବେ ଭାରତୀୟ ମହସାଗର କ୍ଷେତ୍ରରେ ଚୀନ ୩ଟି ଯୁଦ୍ଧପୋତ ନିୟୋଜିତ କରିଛି। ୨୦୦୮ରୁ ଚୀନ ନିଜର ଯୁଦ୍ଧ ଜାହାଜ ପାଇଁ ଅଞ୍ଚଳ ସ୍ଥିର କରିଥିବା ଆଡମିରାଲ୍‌ କରମବୀର ସିଂହ କହିଛନ୍ତି।

ଡ୍ରୋନ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ଡ୍ରୋନ୍‌ ବିରୋଧୀ ଉପକରଣ କ୍ରୟ କରିବାକୁ ଯୋଜନା କରିଛି ଭାରତୀୟ ନୌସେନା। ତିନି ସେନା ପାଇଁ ୩୦ ପ୍ରିଡେଟର ଡ୍ରୋନ୍‌ ଅଧିଗ୍ରହଣ ଜାରି ରହିଥିବା ନେଇ ନୌସେନା ମୁଖ୍ୟ କରମବୀର ସିଂହ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.