ଇଷ୍ଟ ଅମୃତସର ଆସନରୁ ହାରିଲେ ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁ, ବିଜୟ ପାଇଁ ‘ଆପ’କୁ ଜଣାଇଲେ ଅଭିନନ୍ଦନ

Published By : Prameya-News7 Bureau | March 10, 2022 IST

ଅମୃତସର ୧୦।୩: ପଞ୍ଜାବରେ କଂଗ୍ରେସକୁ ପରାଜୟ ଦେଖିବାକୁ ମିଳିଛି। ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁ ଅମୃତସର (ଇଷ୍ଟ) ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଛନ୍ତି। ତାଙ୍କ ନେତୃତ୍ୱକୁ ଜନତା ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ସିଦ୍ଧୁ ନିଜର ପରାଜୟ ଲାଗି ଏତେଟା ବ୍ୟଥିତ ଥିବା ଭଳି ଲାଗୁ ନାହାନ୍ତି। କାରଣ ରାଜ୍ୟରେ ‘ଆମ ଆଦମୀ ପାର୍ଟି’କୁ ମିଳିଥିବା ଜନାଦେଶ ଲାଗି ସେ ଦଳ ଓ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।   

wp:embed {"url":"https://twitter.com/sherryontopp/status/1501814597409390594","type":"rich","providerNameSlug":"twitter","responsive":true}
https://twitter.com/sherryontopp/status/1501814597409390594
/wp:embed

ଇଷ୍ଟ ଅମୃତସର ଆସନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଜୀବନଜ୍ୟୋତି କୌର ବିଜୟୀ ହୋଇଛନ୍ତି। କୌରଙ୍କୁ ବିଜୟ ଲାଗି ସିଦ୍ଧୁ ଅଭିନନ୍ଦନ ଜଣାଇଛନ୍ତି। ଏଠାରେ ସିଦ୍ଧୁଙ୍କ ସହ ଅକାଳୀ ଦଳର ବିକ୍ରିମ ସିଂହ ମାଜିଠିଆ ମଧ୍ୟ ହାରିଯାଇଛନ୍ତି। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ନିର୍ବାଚନ ଚେହେରା ଚରଣଜିତ ସିଂହ ଚନ୍ନୀଙ୍କୁ ମଧ୍ୟ ତାଙ୍କର ଦୁଇଟିଜାକ ଆସନରୁ ହାର ଦେଖିବାକୁ ପଡିଛି। ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତସିଂହ ସିଦ୍ଧୁ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି। ପଞ୍ଜାବର ଲୋକଙ୍କ ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଥିବା କହିଛନ୍ତି।

ଏ ନେଇ ଗୁରୁବାର ସିଦ୍ଧୁ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏଥିରେ ସେ ଲୋକଙ୍କ ଆୱାଜକୁ ଭଗବାନଙ୍କ ଆୱାଜ ବୋଲି କହିଛନ୍ତି। ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ପଞ୍ଜାବ ଲୋକଙ୍କ ନିଷ୍ପତ୍ତିକୁ ମୋର ସ୍ୱାଗତ ଓ ବିଜୟ ଲାଗି ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.