ଜାନୁଆରୀ ୨୬ରେ ଜେଲ୍‌ରୁ ମୁକୁଳି ପାରନ୍ତି ନବଜୋତ ସିଂ ସିଦ୍ଧୁ, ରାଲିରେ ସାମିଲ୍ ହେବାକୁ ରାହୁଲ ଦେଲେ ନିମନ୍ତ୍ରଣ

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ରାଜନେତା ହୋଇଥିବା ନବଜୋତ ସିଂ ସିଦ୍ଧୁ ସଂପ୍ରତି  ଜେଲ୍‌ରେ ସଜା କାଟୁଛନ୍ତି। ତେବେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଦିନ ସେ ଜେଲ୍‌ରୁ ମୁକୁଳି ପାରନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଏକ ମାମଲାରେ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଥିଲେ। ଆଚାର ବ୍ୟବହାର ଉତ୍ତମ ଥିବା କାରଣରୁ ତାଙ୍କ ଜେଲ୍ ଦଣ୍ଡ ୪ ମାସ କୋହଳ କରାଯାଇପାରେ। ଫଳରେ ସିଦ୍ଧୁ ଜାନୁଆରୀ ୨୬ରେ ଜେଲ୍‌ରୁ ମୁକ୍ତ ହୋଇ ପାରନ୍ତି। ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଭାରତ ଯୋଡୋ ଯାତ୍ରାର ସମାପନ ସମାରୋହରେ ଯୋଗ ଦେବାକୁ ସିଦ୍ଧୁଙ୍କୁ ଆମନ୍ତ୍ରିତ କରିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବରେ ଜେଲ୍‌ରୁ ମୁକ୍ତ ପାଇଁ ଯେଉଁ ୫୧ କଏଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିରେ ସିଦ୍ଧୁଙ୍କ ନାଁ ରହିଛି।

{"id":736115,"sizeSlug":"full","linkDestination":"none"}

ଜାତୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ, ସିଦ୍ଧୁ ସେହି ଦିନ ଦିନ ୧୨ଟାରେ ଜେଲ୍‌ରୁ ମୁକୁଳି ପାରନ୍ତି। ଅନ୍ୟପକ୍ଷେ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରୀୟ ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ରାହୁଲ ଗାନ୍ଧୀ ପଞ୍ଜାବରେ ନିଜର ଭାରତ ଯୋଡୋ ଯାତ୍ରା ସମୟରେ ସିଦ୍ଧୁ ଜେଲ୍‌ରୁ ବାହାରିବା ପରେ ପାର୍ଟିରେ ଦାୟିତ୍ଵ ଦିଆଯିବ ବୋଲି କହିଥିଲେ।

wp:heading {"level":4}

ଏ ଖବର ପଢନ୍ତୁ- ଏବେ ଟି-ସାର୍ଟ ନୁହେଁ ଜ୍ୟାକେଟ୍‌ରେ ରାହୁଲ…ଭାରତ ଯୋଡୋ ଯାତ୍ରାରେ ପ୍ରଥମ ଥର ବଦଳାଇଲେ ପୋଷାକ

/wp:heading

ରାହୁଲ ତାଙ୍କୁ ଜାମ୍ମୁ-କାଶ୍ମୀରରେ ଭାରତ ଯୋଡୋ ଯାତ୍ରାର ସମାପନ ସମାରୋହରେ ସାମିଲ୍ ହେବାକୁ ଆମନ୍ତ୍ରିତ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଜାନୁଆରୀ ୩୦ରେ ଶ୍ରୀନଗରରେ ଏକ ବଡ ରାଲି କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ୧୯୮୮ରେ ଗାଡି ପାର୍କିଂକୁ ନେଇ ଝଗଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.