ଜେଲରେ ମୁସ୍କିଲ୍‌ରେ କଟିଲା ରାତି, ଖାଇଲେନି ସିଦ୍ଧୁ, ଏଣିକି କାମ କଲେ ମିଳିବ ୩୦ରୁ ୯୦ ଟଙ୍କା ପାରିଶ୍ରମିକ

Published By : Prameya-News7 Bureau | May 21, 2022 IST

କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁଙ୍କ ନୂଆ ପରିଚୟ
କଏଦୀ ନମ୍ବର ୨୪୧୩୮୩
ଜେଲ୍‌ରେ ବିତିଲା ପ୍ରଥମ ରାତି
ଖାଇଲେନି କି ପିଇଲେନି
ଜେଲ୍‌ରେ ବିରୋଧୀ ହେଲେ ପଡ଼ୋଶୀ

ନୂଆଦିଲ୍ଲୀ: ସିଦ୍ଧୁଙ୍କୁ ମିଳିଛି ଜେଲ୍ ସଜା। ୩୪ ବର୍ଷ ତଳର ରୋଡରେଜ୍ ମାମଲାରେ ବର୍ଷେ ପାଇଁ ସଶ୍ରମକାରଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ସଜା ପରେ ଜେଲରେ ବଡ଼ ମୁସ୍କିଲ୍‌ରେ କିଟିଛି ପ୍ରଥମ ରାତି। ବିଶାଦରେ ଥିବା ସିଦ୍ଧୁ ଖାଇ ନାହାଁନ୍ତି ରାତ୍ରୀ ଭୋଜନ। ଏବେ ତାଙ୍କୁ ଜେଲ୍‌ରେ କାମ କରିବାକୁ ପଡ଼ିବ। ଆଉ ଏଥିପାଇଁ ଦୈନିକ ପାରିଶ୍ରମିକ ମିଳିବ ୩୦ ରୁ ୯୦ ଟଙ୍କା।

ପଟିଆଲା ସେଣ୍ଟ୍ରାଲ୍‌ ଜେଲ୍‌ରେ ସିଦ୍ଧୁଙ୍କୁ ୧୦x ୧୫ କୋଠରୀରେ ଆଲର୍ଟ କରାଯାଇଛି। ଯେଉଁଥିରେ ତାଙ୍କ ସହିତ ଜେଲ୍‌ରେ ଅଛନ୍ତି ଦୁଇ ପୁଲିସ କର୍ମୀ ଓ ଦୁଇ ଜଣ ସାଧାରଣ ନାଗରିକ। ଯେଉଁମାନେ ନିଜ ଅପରାଧ ପାଇଁ କାଟୁଛନ୍ତି କାଳକୋଠରୀ ସଜା। ସବୁଠାରୁ ବଡ଼ କଥା ହେଲା, ରାଜନୀତିରେ ସିଦ୍ଧୁଙ୍କ ଚରମ ବିରୋଧୀ କୁହାଯାଉଥିବା ସିରୋମଣୀ ଅକାଳୀ ଦଳର ନେତା ବିକ୍ରମ ସିଂହ ମଜିଠିଆ ଏବେ ଜେଲ୍‌ରେ ସିଦ୍ଧୁଙ୍କ ପଡ଼ୋସୀ। ସିଦ୍ଧୁଙ୍କୁ ଯେଉଁ କୋଠରୀ ମଳିଛି ସେଇ ପାଖରେ ରହୁଛନ୍ତି ବିକ୍ରମ।

କ୍ରିକେଟର ପରେ ନେତା ଓ ମନ୍ତ୍ରୀ ହୋଇଥିବା ସିଦ୍ଧୁଙ୍କୁ ଜେଲ୍‌ରେ କିନ୍ତୁ ମିଳୁଛି ସାଧାରଣ କଏଦୀଙ୍କ ପରି ସେବା। ତାଙ୍କୁ ଦିଆଯାଇଛି ପଗଡ଼ି, କମ୍ବଳ ସହ ତିନି ସେଟ୍ ଅଣ୍ଡରୱେୟାର, ଜୋତା, ତଉଲିଆ, ମସାରୀ ଓ ଚାଦର,। ତା ସାଙ୍ଗକୁ ୪ ଟି କୁର୍ତ୍ତା ଓ ପାଇଜାମା ସହ ଦୁଇଟି ତକିଆ କଭର ବି ଦିଆଯାଇଛି।

ତେବେ କେଉଁ ଘଟଣା ପାଇଁ ଏମିତି ଦଶା ଭୋଗିଲେ ସିଦ୍ଧୁ ? କଣ ଏହି ରୋଡ୍ ରେଜ୍ ମାମଲା?   
୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ସିଦ୍ଧୁଙ୍କର ଝଗଡ଼ା ହୋଇଥିଲା। ଏଥିରେ ସିଦ୍ଧୁ ରାଗିଯାଇ ତାଙ୍କୁ ପିଟାମରା କରିଥିଲେ। ପରେ ଡାକ୍ତରଖାନାରେ ଗୁରନାମଙ୍କର ମୃତ୍ୟୁ ହେବା ପରେ ଘଟଣାରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ୩୪ ବର୍ଷ ତଳର ଏହି ଘଟଣା ପାଇଁ ଏବେ ସିଦ୍ଧୁଙ୍କ ସଜା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.