ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଗୁଲ ଫୁଙ୍କିଲେ ସିଦ୍ଧୁ : କହିଲେ ପରାଜୟ ପାଇଁ କେବଳ ସେ ଦାୟୀ ନୁହନ୍ତି

Published By : Prameya-News7 Bureau | June 06, 2019 IST

ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ପୁଣି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ପରାଜୟ ପାଇଁ କେବଳ ସେ ଦାୟୀ ନୁହନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂହଙ୍କ କ୍ୟାବିନେଟ ବୈଠକରେ ସାମିଲ ହୋଇନଥିବାରୁ ସିଦ୍ଧୁ କହିଥିଲେ ଯେ, ସେ ଜଣେ ମନ୍ତ୍ରୀ, ଯାହାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବଜୋତ ସିଂହ ସିଦ୍ଧୁ କହିଥିଲେ ଯେ, ତାଙ୍କୁ ଦୁଇଟି ଆସନ ଦାୟିତ୍ୱ ଦିଆଯାଇଥିଲା । ସେହି ଦୁଇଟି ଆସନରେ କଂଗ୍ରେସ ଜିତିଛି । ଭଟିଣ୍ଡା ଆସନରୁ ହାରିଥିବା ଯୋଗୁଁ ସିଦ୍ଧୁଙ୍କୁ ଦାୟୀ କରାଯାଇଥିଲା । କିନ୍ତୁ ଏହି ଅଭିଯୋଗ ଭୁଲ ବୋଲି ଦର୍ଶାଇଛନ୍ତି ସିଦ୍ଧୁ । ଅନେକ କ୍ୟାବିନେଟ ମନ୍ତ୍ରୀ ତାଙ୍କ ଇସ୍ତଫା ଚାହୁଁଛନ୍ତି ବୋଲି ସେ କହିଥିଲେ । କ୍ୟାପଟେନ ଅମରୀନ୍ଦ୍ର ସିଂହ ମଧ୍ୟ ତାଙ୍କୁ ଦୋଷ ଦେଉଛନ୍ତି ବୋଲି ସେ କହିଛନ୍ତି ।

ସିଦ୍ଧୁ କହିଛନ୍ତି ଯେ, ଏଥିପାଇଁ ତାଙ୍କ ବିଭାଗକୁ ଟାର୍ଗେଟ କରାଯାଇଛି । କୌମସି ଘଟଣାକୁ ସଠିକ ପରିପ୍ରେକ୍ଷୀରେ ଦେଖିବା କ୍ଷମତା ସମସ୍ତଙ୍କ ପାଖେ ଥିବା ଦରକାର ବୋଲି ସେ କହିଛନ୍ତି । ସେ ଜଣେ କଳାକାର, ତାଙ୍କ ଫାଇଦା ଉଠାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ପଞ୍ଜାବ ଲାକଙ୍କୁ ତାଙ୍କୁ ଉତ୍ତର ଦେବାକୁ ପଡିଥାଏ ବୋଲି ସେ କହିଛନ୍ତି ।

ଆଜି ପଞ୍ଜାବ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପହଂଚିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ସମୀକ୍ଷାକୁ ନେଇ ମେ ୩୦ ତାରିଖରେ ଅମରୀନ୍ଦ୍ର ସିଂହ ଡ଼ାକିଥିବା ବୈଠକରେ ଯୋଗ ଦେଇନଥିଲେ ସିଦ୍ଧୁ । ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂହ ।

ଲୋକସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୧୩ ଆସନରୁ ୮ଟି ଆସନରେ ବିଜୟୀ ହୋଇଥିଲା । ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ବିବାଦ ସୃଷ୍ଟି ହୋଇଥିଲା ।  ପରାଜୟ ପାଇଁ ଅମରୀନ୍ଦ୍ର ସିଂହ ସିଦ୍ଧୁଙ୍କୁ ଦାୟୀ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.