ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ରୋଡରେଜ୍ ମାମଲାରେ ନବଜୋତ ସିିଂହ ସିଦ୍ଧୁଙ୍କୁ ଜେଲ୍

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯/୦୫: ନବଜୋତ ସିଂହ ସିଦ୍ଧୁଙ୍କୁ ଝଟକା । ରୋଡରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୧୯୮୮ର ରୋଡରେଜ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଏହି ଶୁଣାଣି କରିଛନ୍ତି ।

ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ନବଜୋତ ସିଂ ସିଦ୍ଧୁ ପୂର୍ବରୁ ଏହି ପ୍ରସଙ୍ଗରେ ଆଶ୍ୱସ୍ତି ପାଇଥିଲେ । କିନ୍ତୁ ସେହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ରିଭ୍ୟୁ ପିଟିସନ ଦାୟର କରିଥିଲେ ।

ସେହି ଦିନ କୋଟୱାଲି ପୋଲିସ ଷ୍ଟେସନରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦରଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ ହୋଇଥିଲା । ସେସନ କୋର୍ଟରେ ମାମଲା ଚାଲିଥିଲା। ୧୯୯୯ରେ, ସେସନ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ । ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ସମୟରେ ସିଦ୍ଧୁ ରାଜନୀତିରେ ପ୍ରବେଶ କରିଥିଲେ ।

୨୦୦୪ ଲୋକସଭା ନିର୍ବାଚନରେ ​​ଅମୃତସର ଆସନରୁ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ । ଡିସେମ୍ବର ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା । ହାଇକୋର୍ଟ ସିଦ୍ଧୁ ଏବଂ ସାନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ ୧ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ଫଳରେ ଲୋକସଭାରୁ ଇସ୍ତଫା ଦେଇଥିଲେ ସିଦ୍ଧୁ ।

ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ସିଦ୍ଧୁଙ୍କ ପକ୍ଷରୁ ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀ ଏହି ମାମଲା ଲଢିଥିଲେ । ହାଇକୋର୍ଟର ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ୨୦୦୭ରେ ସିଦ୍ଧୁ ଅମୃତସର ନିର୍ବାଚନ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.