ପଞ୍ଜାବ କଂଗ୍ରେସ୍ରେ ଚର୍ଚ୍ଚା ଜୋର, ଗଣତନ୍ତ୍ର ଦିବସରେ ମୁକୁଳି ପାରନ୍ତି ନବଜୋତ୍ ସିଂ ସିଦ୍ଧୁ
28/12/2022 at 1:51 PM

ନୂଆଦିଲ୍ଲୀ ୨୮।୧୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜାନୁଆରୀ ୨୬ରେ ନିଜର ଏକ ବର୍ଷର ଜେଲ୍ ଦଣ୍ଡ ପୂରା ହେବାର ୪ ମାସ ପୂର୍ବରୁ ଜେଲ୍ରୁ ମୁକୁଳି ପାରନ୍ତି। ପଞ୍ଜାବ ସରକାର ଗଣତନ୍ତ୍ର ଦିବସ ଉପଲକ୍ଷେ ଯେଉଁ ୫୧ କଏଦୀଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ୧୯୮୮ ପାର୍କିଂକୁ ନେଇ ଗଣ୍ଡଗୋଳ ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲେ ସୁପ୍ରିମକୋର୍ଟ। ହେଲେ ତାଙ୍କର ଭଲ ବ୍ୟବହାର କାରଣରୁ ଜେଲ୍ କର୍ତ୍ତୃପକ୍ଷ ୮ ମାସରେ ସିଦ୍ଧୁଙ୍କୁ ମୁକ୍ତ କରିବା ଉପରେ ବିଚାର କରୁଛନ୍ତି। ଯେଉଁ କଏଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ତାହା ମନ୍ତ୍ରୀ ପରିଷଦଙ୍କ ବୈଠକରେ ଉପସ୍ଥାପନ କରାଯିବ।
ମନ୍ତ୍ରୀ ପରିଷଦରୁ ମଞ୍ଜୁରୀ ମିଳିବା ପରେ ଏହି ଗଭର୍ଣ୍ଣଙ୍କ ସମକକ୍ଷ ଅନୁମତି ପାଇଁ ପଠାଯିବ। ଜେଲ ପ୍ରଶାସନ ସିଦ୍ଧୁଙ୍କୁ ବିଶେଷ ଆଶ୍ଵସ୍ତି ଦେବା ପ୍ରଶ୍ନରେ କହିଛନ୍ତି କି ଆମେ କିଛି କରିବୁ ନାହିଁ। ତାଙ୍କ କହିବା ଅନୁଯାୟୀ ରାଜ୍ୟ ସରକାରଙ୍କ ତରଫରୁ ସିଦ୍ଧୁଙ୍କୁ କୌଣସି ବିଶେଷ ଆଶ୍ଵସ୍ତି ଦିଆଯିବ ନାହିଁ। କଏଦୀଙ୍କ ମୁକ୍ତ ପାଇଁ ଏକ ନିୟମ ଥାଏ। ଏହି ତାଲିକାରେ ସେହି କଏଦୀ ସାମିଲ୍ ଅଛନ୍ତି। ଯିଏ ଦଣ୍ଡର ଅବଧି ପୁରା କରିଛନ୍ତି। ହେଲେ ଫାଇନ୍ ଆଦାୟ ନ କରିପାରିବା କାରଣରୁ ଜେଲରେ ବନ୍ଦି ହୋଇଛନ୍ତି। ଏହା ବ୍ୟତୀତ ଏପରି ଅନେକ କଏଦୀ ଅଛନ୍ତି । ଯିଏ ନିଜର ୬୦ରୁ ୭୦ ପ୍ରତିଶତ ଦଣ୍ଡ ପୁରା କରି ସାରିଛନ୍ତି ଏବଂ ନିଜର ବ୍ୟବହାର ବି ଭଲ ହୋଇଯାଇଛି।
କଏଦୀଙ୍କ ମୁକୁଳିବାର ପ୍ରକ୍ରିୟାକୁ ନେଇ ନିୟମ ରହିଛି । ଯେଉଁଥିରେ ସ୍ଥିର କରାଯାଏ କି କେଉଁ କଏଦୀକୁ ମୁକ୍ତ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ କଏଦୀ ମୁକୁଳିବା ନୀତିନିୟମ ବ୍ୟତୀତ କେନ୍ଦ୍ର ସରକାରଙ୍କର ବି ଏକ ପଲିସି ରହିଛି। ଏହାକୁ ଆଧାର କରି ୧୫ ଅଗଷ୍ଟ ଏବଂ ଜାନୁଆରୀ ୨୬ରେ କଏଦୀଙ୍କୁ ମୁକୁଳା ଯାଏ। ହେଲେ ଚଳିତ ବର୍ଷ ମେ’କୁ ସୁପ୍ରିମ କୋର୍ଟ ନବଜୋତ୍ ସିଦ୍ଧୁକୁ ଜେଲ୍ ଦଣ୍ଡ ଶୁଣାଇଥିଲେ। ୨୦ ମେ’ରେ ତାଙ୍କୁ ଜେଲ୍ ପଠାଯାଇଥିଲା।