Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ବିନା ଛୁଟିରେ ଲଗାତାର ଦଣ୍ଡ କାଟୁଛନ୍ତି ନଭଜୋତ ସିଂହ ସିଦ୍ଧୁ, ଦେଢମାସ ପୂର୍ବରୁ ମୁକୁଳିବେ ଜେଲରୁ

17/03/2023 at 7:28 PM

ଚଣ୍ଡିଗଡ଼ ୧୭।୩: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଏପ୍ରିଲ ୧ ତାରିଖ ଦିନ ଜେଲରୁ ମୁକୁଳି ପାରନ୍ତି। ରୋଡରେଜ ମାମଲାରେ ସିଦ୍ଧୁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମୁଥ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଥିଲେ। ୧୯୮୮ ମସିହାର ଏହି ଘଟଣାର ଦୀର୍ଘ ଶୁଣାଣି ପରେ କୋର୍ଟ ଏହି ଦଣ୍ଡାଦେଶ କରିଥିଲେ।

ଦଣ୍ଡାଦେଶ ପରେ ସିଦ୍ଧୁ ଲଗାତାର ଜେଲରେ ଥିଲେ ଓ ଆଦୌ ଛୁଟି ନେଇ ନଥିଲେ। ଏହାର ଫାଇଦା ଏବେ ତାଙ୍କୁ ମିଳିବ, ଦଣ୍ଡ ଅବଧିର ଦେଢମାସ ପୂର୍ବରୁ ସେ ଜେଲରୁ ମୁକୁଳିବେ। ଏହା ପୂର୍ବରୁ ଗତ ଜାନୁୟାରୀ ୨୬ରେ ହୁଏତ ସେ ଜେଲରୁ ମୁକୁଳି ପାରନ୍ତି ବୋଲି ଆକଳନ କରାଯାଉଥିଲା। ଜେଲରେ ତାଙ୍କର ଉତ୍ତମ ଆଚରଣକୁ ଏହାର କାରଣ ମନେ କରାଯାଉଥିଲା। ତେବେ ରାଜ୍ୟର ଆମ ଆଦମୀ ପାର୍ଟି ସରକାର ତାଙ୍କ ମୁକ୍ତି ପ୍ରସ୍ତାବ ଉପରେ ବିଚାର ମଧ୍ୟ କରିନଥିଲେ।

ସିଦ୍ଧୁ ୨୦ ମେ ୨୦୨୨ରେ ଜେଲକୁ ଯାଇଥିଲେ। ତେବେ ମୁକ୍ତି ଲାଗି ତାଙ୍କୁ ୧୯ ମେ ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡି ନପାରେ। ଜେଲ ନିୟମ ଅନୁସାରେ ପ୍ରତି ବନ୍ଦୀଙ୍କୁ ମାସିକ ୪ ଦିନ ଛୁଟି ମିଳିଥାଏ। ତେବେ ଦଣ୍ଡ ଅବଧିରେ ସିଦ୍ଧୁ ଦିନେ ହେଲେ ଛୁଟି ନେଇ ନାହାନ୍ତି। ସେହି ଅନୁସାରେ ତାଙ୍କ ଦଣ୍ଡ ୪୮ ଦିନ ପୂର୍ବରୁ ମାର୍ଚ୍ଚ ଶେଷ ସୁଦ୍ଧା ସମାପ୍ତ ହୋଇ ଯାଉଛି ଓ ସେ ୧ ଏପ୍ରିଲରେ ଜେଲରୁ ମୁକୁଳି ପାରନ୍ତି।

ତେବେ ଏହା ପୂର୍ବରୁ ସିଦ୍ଧୁଙ୍କୁ ୨୬ ଜାନୁୟାରୀରେ ମୁକ୍ତି କରିଦିଆଯିବ ବୋଲି ଆଶା କରାଯାଉଥିଲା। କାରାଗାର କର୍ତ୍ତୃପକ୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ମୁକ୍ତି ଲାଗି ୫୬ ଜଣଙ୍କ ସୂଚୀ ପ୍ରସ୍ତୁତ କରିଥିଲେ। ଏଥିରେ ତାଙ୍କର ଉତ୍ତମ ପ୍ରଦର୍ଶନ ଲାଗି ଜାନୁୟାରୀ ୨୬ ତାରିଖ ଦିନ ସେ ଜେଲରୁ ମୁକୁଳିବାର ଥିଲା। ତେବେ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ସ୍ଥାନ ମିଳି ନଥିଲା। ତେବେ ସିଦ୍ଧୁ ଜେଲରୁ ମୁକୁଳିବେ ବୋଲି ତାଙ୍କ ସମର୍ଥକ ସ୍ୱାଗତ ନିମନ୍ତେ ପୁରା ପ୍ରସ୍ତୁତି କରି ସାରିଥିଲେ। ହେଲେ ସିଦ୍ଧୁଙ୍କୁ ମୁକ୍ତ କରାନଯିବାରୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା।

   Related Posts