ଅରବିନ୍ଦ୍‌ କେଜ୍ରିୱାଲ ଜଣେ ଠକ : ନବଜୋତ ସିଂହ ସିଦ୍ଧୁ

Published By : Prameya-News7 Bureau | January 25, 2022 IST

ଅମୃତଶର:  ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏହାକୁ ନେଇ ଅରୋପ ପତ୍ୟାରୋପ ଆରମ୍ଭ ହୋଇଗଲାଣି। ଆଉ ଏହାରି ଭିତରେ  ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆମଆଦାମୀ ପାର୍ଟି ଉପରେ ଟାର୍ଗେଟ୍‌ କରିଛନ୍ତି। ପଞ୍ଚାବରେ ଆପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଏକ ରୋଚକ ବୟାନ ଦେଇଛନ୍ତି ସିଦ୍ଧୁ । ଟେଲିଫୋନିକ୍‌  ଜନମତ ଆଧାରରେ ପଞ୍ଚାବରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହି ଡାଟା ଫେକ୍‌ ବୋଲି କହିଛନ୍ତି ସିଦ୍ଧୁ। ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ଅରବିନ୍ଦ କେଜ୍ରିୱାଲ ଜଣେ ଠକ ବୋଲି ସିଦ୍ଧୁ କହିଛନ୍ତି । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖି , ଦଳକୁ ନୋଟିସ ଜାରି କରାଯାଇଥିବା ସିଦ୍ଧୁ କହିଛନ୍ତି।

ଗତ ସପ୍ତାହରେ ପଞ୍ଜାବର ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାଁ ଘୋଷଣା କରାଯାଇଥିଲା।  ଦଳ ପକ୍ଷରୁ କରାଯାଇଥିବା ଟେଲି ଭୋଟିଂରେ ସେ ୯୩ ପ୍ରତିଶତ ଭୋଟ ପାଇଥିବା ଦାବି କରାଯାଇଥିଲା। ଯେଉଁଥିରେ ଲୋକେ ସେମାନଙ୍କର ମନପସନ୍ଦର ପ୍ରାର୍ଥୀ ସମ୍ପର୍କରେ ମତ ଦେଇଥିଲେ। ପଞ୍ଜାବରେ ୨୧ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ଆପ୍‌ ୩ ପ୍ରତିଶତ ପାଇଥିବା କେଜ୍ରିୱାଲ ଦାବି କରିଥିଲେ । ଏଥିରୁ ଆପ୍‌ ପଞ୍ଜାବରେ ଜିତିବା ସ୍ପଷ୍ଟ ହେଉଛି ବୋଲି କେଜ୍ରିୱାଲ କହିଥିଲେ । ତେବେ ଆପ୍ ପକ୍ଷରୁ କରାଯାଇଥିବା ‘ଜନତା ଚୁନେଗି ଆପନା ସିଏମ’ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସିଦ୍ଧୁ କହିଛନ୍ତି।

ଏହି ଘଟଣାରେ ତଦନ୍ତ ପାଇଁ ନିର୍ବାଚନ କମିଶନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। କଲ ଏବଂ ମେସେଜକୁ ନେଇ ତଦନ୍ତ ହେଉ କାହିଁକିନା  ଆପ୍ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ସିଦ୍ଧୁ ଅଭିଯୋଗ ଆଣିଛନ୍ତି। ତେଣୁ ଆପ୍ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସିଦ୍ଧୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.