ଭୁବନେଶ୍ୱର ୧୯।୧୧ - ଫିଲ୍ମ ଦୁନିଆରେ କମଲ ହାସନ ଯାହା କରନ୍ତି ତାହା ରୋଲ ମଡେଲ ହୋଇଯାଏ। କିନ୍ତୁ ଯେତେବେଳେ ପଲିଟିକ୍ସ କଥା ଆସେ ତେବେ ନବୀନ ଯାହା କରନ୍ତି ତାହା ରୋଲ ମଡେଲ। ବୁଲେଇ ବଙ୍କେଇ ଏମିତି କିଛି କହିଛନ୍ତି ନିଜେ କମଲ ହାସନ। ଓଡ଼ିଶାରେ ଓଡ଼ିଶାର ଏକ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ହାସଲ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କମଲ କହିଛନ୍ତି।
{"id":186766,"sizeSlug":"large"}ତାମିଲନାଡୁ ପାଇଁ ଓଡ଼ିଶା ହେବ ରୋଲ ମଡେଲ। ଓଡ଼ିଶାରୁ ଅନେକ କିଛି ଶିଖିଛି। ଓଡ଼ିଶା ଗସ୍ତ ମୋର ଏଜୁକେସନାଲ ଟୁର ବୋଲି କହିଛନ୍ତି କମଲ ହାସନ। … ଓଡ଼ିଶା ଗସ୍ତରେ ଆସିଥିବା ଫିଲ୍ମ ଦୁନିଆର ଏହି ମହାନ ହସ୍ତୀ ତଥା ତାମିଲନାଡୁର ଏହି ରାଜନେତାଙ୍କୁ ଆଜି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରୁ ଏହି ଉପାଧୀ ଗ୍ରହଣ କରିବା ମଧ୍ୟ ତାଙ୍କ ପାଇଁ ଗୌରବର କଥା ବୋଲି କମଲହାସନ କହିଛନ୍ତି। ତେବେ ମହାରାଷ୍ଟ୍ର ଭଳି ନୁହେଁ ବରଂ ଓଡ଼ିଶା ମଡେଲର ପଲିଟିକ୍ସକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ କମଲ ହାସନ।
{"id":186767,"sizeSlug":"large"}ଗତକାଲି କମଲହାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। ଆଉ ଆଜି ପୁଣି ଉଭୟ ଏକାଠି ହୋଇଥିଲେ ମ଼ଞ୍ଚ ଉପରେ। ଆଉ ଓଡ଼ିଶାର ମଡେଲ କଣ ତାହା ସେଠାରେ ବଖାଣିଥିଲେ ନବୀନ। ଉପାନ୍ତ ଅଞ୍ଚଳର ଯୁବପୀଢ଼ିଙ୍କୁ ବିକାଶ ଧାରାରେ ସାମିଲ କରିବା ଉପରେ ଗୁରୁତ୍ବ ଦେଇଥିଲେ ନବୀନ।
ଫିଲ୍ମରେ କମଲ ହାସନ ଏକ ମାଇଲ ଖୁଣ୍ଟ। କିନ୍ତୁ ଏବେ ରାଜାନୀତିରେ ତାଙ୍କର ମକଲ ନିଧି ମୟମ ପାର୍ଟି ତାମିଲନାଡୁ ପାଇଁ ପରୀକ୍ଷା ନିରୀକ୍ଷା ଜାରି ରଖିଛି। ତେବେ ତାମିଲନାଡୁରେ ଓଡ଼ିଶା ଫର୍ମୁଲା କଣ କାମ କରୁଛି ତାହା କମଲହାସନ କ୍ଷମତାକୁ ଆସିଲେ ଜଣାଯିବ