suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିରୋଧୀଙ୍କୁ ନବୀନଙ୍କ କଡା ଜବାବ-ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ, ନବ ଦାସଙ୍କ ଘଟଣାରେ…

21/03/2023 at 7:57 PM

ଭୁବନେଶ୍ଵର: ନବ ଦାସ ହତ୍ୟା ମାମଲା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଗୃହରେ ଏବଂ ବାହାରେ ଘେରି ଆସୁଥିବା ବିରୋଧୀଙ୍କୁ ଶେଷରେ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ବିଧାନସଭାରେ ଗୃହ ବିଭାଗ ଖର୍ଚ୍ଚ ଦାବି ଉତ୍ତର ଅବସରରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବଦାସ ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଆଗେ ସତ୍ୟ ତା ପରେ ଦଣ୍ଡ  ବୋଲି କହିଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖି କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ। କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ। ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି। ବର୍ଷ ବର୍ଷ ଧରି କୃଷି କ୍ଷେତ୍ରରେ ଓଡ଼ିଶା ରେକର୍ଡ କରିସାରିଛି। ରଥ ଯାତ୍ରା, ହକି ଖେଳ ଓ ନିର୍ବାଚନ ଅତି ଶୃଙ୍ଖଳା ସହ ଓଡ଼ିଶା ପରିଚାଳନା କରୁଛି।  କେବଳ ଆଇନ୍ ଶୁଙ୍ଖଳା  ପାଇଁ ହିଁ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ।  ଆଇନ ଶୁଙ୍ଖଳା ଠିକ୍ ଥିବାରୁ ପୁଞ୍ଜିପତି ମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ଓଡିଶା ଶାନ୍ତି ଓ ସୁନ୍ଦରର ରାଜ୍ୟ।  ଓଡିଶା ଲୋକ ଶାନ୍ତି ପ୍ରିୟ,  ଓଡ଼ିଶା ଲୋକଙ୍କ ପାଇଁ ମୁଁ ଗର୍ବିତ।ଲ ଲେସନେସ କହୁଥିବା ଲୋକେ ଓଡିଶାବାସୀଙ୍କୁ ଅପମାନିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନବ ଦାସ ଘଟଣାରେ ବିରୋଧୀ ମିଛ କହୁଛନ୍ତି। ପୂର୍ବରୁ ଏନେଇ ମତ ରଖି ସାରିଛି। ଦୁଇଟି ଦିଗକୁ ନେଇ ତଦନ୍ତ ହେଉଛି। ପ୍ରଥମ ସତ୍ୟ ଉନ୍ମୋଚନ, ଦ୍ଵିତୀୟ ଦୋଷୀକୁ ଦଣ୍ଡ। ବିରୋଧୀ ସଂକୀର୍ଣ୍ଣ ମାନସିକତା ଦେଖାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନେ ଲ ଲେସନେସ୍ କହୁଛନ୍ତି, ସେମାନେ କିଛି କଥା ମନେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବତନ ହାଇକୋର୍ଟ ବିଚାରପତି  ହତ୍ୟାର ତଦନ୍ତ କରୁଛନ୍ତି। ଆସ୍କା ପୋଲିସ୍ ଷ୍ଟେସନ ଭାରତର ସର୍ବ ଶ୍ରେଷ୍ଠ ପୋଲିସ ଷ୍ଟେସନର ମାନ୍ୟତା ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁଥିବା ବେଳେ ବିରୋଧୀ ଦଳ ନେତା ଆପତ୍ତି ପ୍ରକାଶ କରିଛନ୍ତି। କୌଣସି ଲେଖା ଗୃହରେ ପଢାଯାଏ ନାହିଁ, ତାହା ଗ୍ରହଣ ଯୋଗ୍ୟ ନୁହେଁ | ଯାହାକୁ ନେଇ ଗୃହରେ ତୁମ୍ବି ତୋଫାନ ହେବା ସହ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରିଛନ୍ତି।

   Related Posts