WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Odi କ୍ରିକେଟ୍‌କୁ ନବୀନ୍‌ ଉଲ୍‌-ହକ୍‌ଙ୍କ ବାଏ ବାଏ, କ୍ୟାରିୟରରେ ଖେଳିବେ ଶେଷ ବିଶ୍ୱକପ୍‌

28/09/2023 at 10:23 AM

ମୁମ୍ବାଇ ୨୭।୦୯ : ଆଫଗାନିସ୍ତାନ କ୍ରିକେଟର ବଡ଼ ଘୋଷଣା । ଆଫଗାନିସ୍ତାନ ଯୁବ ପେସ୍‌ ବୋଲର ନବୀନ ଉଲ୍‌-ହକ୍‌ ଦିନିକିଆ କ୍ରିକେଟ୍‌କୁ ବାଏ ବାଏ ଘୋଷଣା କରିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌ ।

ଖବର ଅନୁଯାୟୀ, ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଖେଳିବା ପାଇଁ ଆଫଗାନିସ୍ତାନ ଦଳ ଭାରତରେ ପହଞ୍ଚିଛି । ଭାରତର ଥିରୁଅନନ୍ତପୁରମ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି ଆଫଗାନିସ୍ତାନ ଟିମ୍‌ । ୨୯ ତାରିଖରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହାପରେ ଦଳ ନିଜର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ।

ସୂଚନାଯୋଗ୍ୟ ଯେ, ନବୀନ ଭାରତରେ ବିବାଦୀୟ ହୋଇ ସାରିଛନ୍ତି । ଗତ ଆଇପିଏଲ୍‌ ସମୟରେ ସେ ବିରାଟ  କୋହଲିଙ୍କ ସହ ଝଗଡ଼ା କରି ତୀବ୍ର ସମାଲୋଚିତ  ହୋଇଥିଲେ । ବର୍ତ୍ତମାନ ନବୀନଙ୍କ ବୟସ ୨୪  ବର୍ଷ । ସେ ଆଫଗାନିସ୍ତାନ ପକ୍ଷରୁ ମାତ୍ର ୭ଟି  ଦିନିକିଆ ଖେଳି ୧୪ଟି ୱିକେଟ୍‌ ନେଇଛନ୍ତି । କିନ୍ତୁ ଏତେ କମ୍‌ ବୟସରୁ ଦିନିକିଆ କ୍ରିକେଟ୍‌ରୁ ଅବସର ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

   Related Posts